ଭୋଟର ହେକ୍ସ ଲାଇନ ଆପ ନେଇ ନନ୍ଦାହାଣ୍ଡି ବ୍ଲକ ର ବି ଏଲ ଓ ମାନଙ୍କୁ ବ୍ଲକ ସମ୍ମିଳନୀ କକ୍ଷରେ ତାଲିମ ପ୍ରଦାନ

0
285

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ରେ ଶନିବାର ଦିବା ୩ ଘଣ୍ଟା ସମୟରେ ଡଙ୍ଗରଭେଜା ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ନନ୍ଦାହାଣ୍ଡି ବ୍ଲକର ୪୮ ଜଣ ବି ଏଲ ଓ ମାନଙ୍କୁ ନେଇ ଭୋଟର ହେକ୍ସ ଲାଇନ ଆପ / ଗରୁଡ଼ ଆପ ନେଇ ଏକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଗାମୀ ୨୦୨୨ ରେ ହେବାକୁ ଥିବା ପଞ୍ଚାୟତିରାଜ ନିର୍ବାଚନ ନିମନ୍ତେ ବ୍ଲକର ସମସ୍ତ ନିର୍ବାଚନୀ ବୁଥ ଗୁଡିକରେ ବି ଏଲ ଓ ମାନେ ଏହି ଆପର ସହାୟତାରେ ଭୋଟର ମାନଙ୍କୁ ସହାୟତା ଯୋଗାଇ ପାରିବ । ନନ୍ଦାହାଣ୍ଡି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧୁକାରୀ ଶିବ ଶଙ୍କର ମୁମୁଁ ଆଜିର ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧୁକାରୀ ପ୍ରଫୁଲ୍ଲ କୁମାର କହଁର ତାଲିମ ଦେଇଥିଲେ ଏବଂ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧୁକାରୀ ମଜେସ ଫେତ୍ରିକ ନାଗ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here