ରାଜ୍ୟ ସରକାରଙ୍କ ନବରଙ୍ଗପୁର ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଓ ଉପେକ୍ଷିତ ନୀତି କୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

0
345

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ମଙ୍ଗଳବାର ଦିବା ୧୧ ଘଣ୍ଟ ସମୟରେ ନବରଙ୍ଗପୁର ସହର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀ ଙ୍କ ସଭାପତିତ୍ୱ ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ନବ ମନୋନୀତ ବିଜେପି ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ର ସଭାପତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଉପସ୍ଥିତ ବିଜେପି ନେତୃବୃନ୍ଦ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ନବରଙ୍ଗପୁର ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ଜିଲ୍ଲା ମହିଳା ମର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ,ଜିଲ୍ଲା କୃଷକ ସେଲ ସଭାପତି ଅରୁଣ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ନବରଙ୍ଗପୁର ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଓ ଉପେକ୍ଷିତ ନୀତି କୁ ନିନ୍ଦା କରିଥିଲେ। ରାଜ୍ୟ ସରକାର ବିଜୁ ଏକ୍ସପ୍ରେସ ୱେ ଯୋଜନାରେ ନବରଙ୍ଗପୁର ଜିଲ୍ଲା କୁ ବାଦ କରିବା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନବରଙ୍ଗପୁର ଜିଲ୍ଲା କୁ ବେଖାତିର କରିବା ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ମାଗଣାରେ ଦିଆଯାଉଥିବା କୋଭିଡ ଟୀକାକରଣ କୁ ରାଜନୈତିକ ଫାଇଦା ଉଠାଇବା ପାଇଁ କୁ ଚକ୍ରାନ୍ତ କରିବା କୁ ନେଇ କ୍ଷବ ପ୍ରକାଶ କରିଛନ୍ତି ବିଜେପି ନେତୃବୃନ୍ଦ।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here