ଢୋଲପିଟାରେ ହେବ ଅନ୍ତଃନଦୀ ଜଳାଶୟ ; ଭିସି ଜରିଆରେ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

0
544

ଭଞ୍ଜନଗର: ଭଞ୍ଜନଗର ବ୍ଳକ୍ ଢୋଲପିଟା ଠାରେ ବଡ଼ନଦୀ ଉପରେ ଅନ୍ତଃନଦୀ ଜଳାଶୟ ନିର୍ମାଣ କରିବା ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ୩୧ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦ୍ବାରା ଭଞ୍ଜନଗର ବ୍ଳକର ଗାଲେରୀ,ତୁରୁମୁ ଓ ବ୍ରାହ୍ମଣପଦର ପଞ୍ଚାୟତର ୧୫ଶହ ହେକ୍ଟର ରୁ ଉର୍ଦ୍ଧ୍ବ ଜମିକୁ ଜଳସେଚନ କରାଯିବା ସହ ପାନୀୟ ଜଳ ଯୋଗଣ ବ୍ୟବସ୍ଥା ହୋଇପାରିବ। ଏଥିନେଇ ଭଞ୍ଜନଗର ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଉକ୍ତ ତିନି ପଞ୍ଚାୟତର ପ୍ରାୟ ୧୫ ଜଣ ଚାଷୀ ଏବଂ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭିଡ଼ିଓ କନଫ୍ରେନ୍ସିଂ ଜରିଆରେ କୃତଜ୍ଞତା ଜଣାଇଛନ୍ତି। ଦୀର୍ଘଦିନ ଧରି ଏହି ଅଞ୍ଚଳର ପାନୀୟ ଜଳ ସମସ୍ୟା ସମାଧାନ କରିବା ନିମନ୍ତେ ଚାଷୀ ମାନଙ୍କ ଦାବି ରହିଥିବା ବେଳେ ମନ୍ତ୍ରୀ ଆରୁଖ ଏଠାରେ ବଡ଼ନଦୀର ପାଣିକୁ ଗଚ୍ଛିତ ରଖି ତାକୁ ଚାଷ ସହ ପାନୀୟ ଜଳ ଭାବେ ବ୍ୟବହାର କରିବା ଦିଗରେ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରିଥିଲେ। ମଙ୍ଗଳବାର ବଡ଼ନଦୀ ଭିତରେ ନଦୀ ଭିତରେ ଜଳାଶୟ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିବା ପରେ ସ୍ଥାନୀୟ ଚାଷୀ ଭିସି ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ବିଡ଼ିଓ ଅନିଲ କୁମାର ସେଠୀ, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here