ଏଫଏନଜିଓର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
281

ବ୍ରହ୍ମପୁର: ଏଫଏନଜିଓର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସୋମବାର ଦିନ ଛତ୍ରପୁର ସ୍ଥିତ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ବୈଠକରେ ପଶୁପକ୍ଷୀଙ୍କ ସୁରକ୍ଷା ଏବଂ ସେମାନଙ୍କ ଯତ୍ନ କିପରି ନିଆ ଯାଇପାରିବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା। ପଶୁପକ୍ଷୀ ଦୁର୍ଘଟଣାର ଶୀକାର କିମ୍ୱା ରୋଗଗ୍ରସ୍ତ ଅବସ୍ଥାରେ ପଡ଼ିଥିଲେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଦରକାର ହେଉଥିବା ଆମ୍ବୁଲାନ୍ସ ଓ ଚିକିତ୍ସା ଯୋଗାଇବା ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡର ପରିପ୍ରେକ୍ଷୀରେ ସିକନ୍ଦରାବାଦ ସ୍ଥିତ ଜିଭିକେ ସଂସ୍ଥାକୁ ପ୍ରଦାନ କରଯାଇଥିଲା । ଏହି ବୈଠକରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦେବରାଜ ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶିବ କୁମାର ମହାନ୍ତି ଓ ଡାକ୍ତର ରବି ନାରାୟଣ ପଣ୍ଡା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅରବିନ୍ଦ ବେହେରାଙ୍କ ସମେତ ଏସପିସିଏ ସଦସ୍ୟ, ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here