କୋଡ଼ିଙ୍ଗା କଲେଜରେ ୭୨ତମ ବନମୋହତ୍ସଵ ପାଳିତ

0
320

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ରାଜଚାଉଁରିଆ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ୭୨ତମ ବନମୋହତ୍ସଵ କାର୍ଯ୍ୟକ୍ରମ କୋଭିଡ ନିୟମକୁ ମାନି ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟନାୟକ , କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର , କୋଡ଼ିଙ୍ଗା ରେଞ୍ଜର ଆଶିଷ କୁମାର କହଁର , କଲେଜ ଉପାଧ୍ୟକ୍ଷ ବିବେକ କୁମାର ମହାଲିକ ,କୋଡ଼ିଙ୍ଗା ଥାନା ଏସଆଇ ପ୍ରଶାନ୍ତ କୁମାର ସେଠି ପ୍ରମୁଖ ଯୋଗଦେଇଥିଲେ । ଆଜିର ଏହି ବନମୋହତ୍ସଵ କାର୍ଯ୍ୟକ୍ରମ କୁ କଲେଜ ର ରେଡ଼କ୍ରସ ଅଧିକାରୀ ଅଖିଳ କୁମାର ଭଟ୍ଟ ଓ କୋଡ଼ିଙ୍ଗା ବନପାଳ ପ୍ରଶାନ୍ତ କୁମାର ପାଢୀ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ କିସମର ପ୍ରାୟ ୧୦୦ ଚାରା ରୋପଣ କରାଯାଇଥିବା ଜଣାପଡିଛି । ଅନ୍ୟ ମାନଙ୍କ ମଧ୍ୟରେ ବନରଖି ପ୍ରଭାତ ବିଶୋଇ , ଦୀପକ ପ୍ରଧାନ , ରଶ୍ମିତା ସାହୁ , ଏ ଜି ୟାଇ ଗ୍ରୁପର ସମସ୍ତ ସଦସ୍ୟ , ଅଧ୍ୟାପକ ଦାମୋଦର ସାହୁ , କଲେଜ କିରାଣୀ ସୀମାଞ୍ଚଳ ପଟନାୟକ , ଦେବିକି ଦିଶାରୀ , ରାକେଶ କୁମାର ମଲ୍ଲିକ , ଯାଦବ ପ୍ରସାଦ ମହାନ୍ତି , ଇଶ୍ୱର ମାଝୀ , କୋଡ଼ିଙ୍ଗା ଥାନା କର୍ମଚାରୀ , ବନବିଭାଗ ର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here