୧୪୦ ଲିଟର ବିଦେଶୀ ମଦ ଜବତ , ଜଣେ ଗିରଫ

0
411

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ପୁଲିସ କୁ ମିଳିଛି ବଡ଼ ସଫଳତା , ଚୋରାରେ ବିଦେଶୀ ମଦ ବିକ୍ରି କରୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରି ତାଠାରୁ ୧୪୦ ଲିଟର ବିଦେଶୀ ମଦ କୁ ଜବତ କରିଥିବା କୋଡ଼ିଙ୍ଗା ପୁଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାଇ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର କାନ୍ତା ମାଝୀ ତାଙ୍କ ଘରେ ଚୋରାରେ ବିଦେଶୀ ମଦ ରଖିଥିବା କୋଡ଼ିଙ୍ଗା ପୁଲିସ ଖବର ପାଇ ଗତକାଲି କାନ୍ତା ମାଝୀ ଙ୍କ ଘରେ ଅଚାନକ ଚଡାଉ କରିଥିଲେ । ତାଙ୍କ ଘରୁ ୧୪୦ ଲିଟର ବିଦେଶୀ ମଦ କୁ ଜବତ କରି ଅଭିଯୁକ୍ତ କୁ ଗିରଫ କରିଥିଲେ । ଏନେଇ କୋଡ଼ିଙ୍ଗା ଥାନାରେ ୧୧୪/୨୧ ପ୍ରକାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ କାରି ଅଧିକାରୀ ହରି ଶଙ୍କର ହନ୍ତାଳ ସୂଚନା ଦେଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here