ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତ୍ବର

0
378

ଡାବୁଗାଁ (ନ୍ୟୁଜ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମ ପଞ୍ଚାୟତ ର ଗୌରଝରିଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା ଉକ୍ତ ଗାଁର ନମତି ମାଝୀ 30 ବର୍ଷ ସ୍ୱାମୀ ହିଙ୍ଗରାଜ ମାଝୀ ମହିଳା ଜଣକ ଗାଧୋଇ ସାରି ଲୁଗା ଶୁଖାଉ ଥିବା ସମୟରେ ପାଖରେ ଥିବା ବିଦ୍ୟୁତ ତାର ରେ ଓଦା ଲୁଗା ଲାଗିଯିବା ଫଳରେ ଗୁରୁତର ହୋଇ ପଡ଼ିଥିଲେ ଏବଂ ପରିବାର ବର୍ଗ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଶହେ ଆଠ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ଥିଲେ ହେଲେ ଆମ୍ବୁଲାନ୍ସ ଟି ବୈଦପଡା ଠାରୁ ଦୁଇକିଲୋମିଟର ରାସ୍ତା ଯିବାପରେ ରାସ୍ତା ର ସମସ୍ୟା ଯୋଗୁଁ ଯାଇପାରିଲା ନାହିଁ ବର୍ଷା ଯୋଗୁଁ ରାସ୍ତା ରେ କାଦୁଅ ଏବଂ ବଡ଼ ବଡ଼ ଖାଲ ଥିବାଯୋଗୁ ଗାଁ ଲୋକେ ଗୁରୁତର ଆହତ ମହିଳା ଙ୍କୁ ଖଟିଆ ରେ ବୋହି ଗାଁ ଠାରୁ ଦୀର୍ଘ ଦୁଇ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟକୁ ନେଇ ଥିଲେ ଏବଂ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇ ଥିଲେ ବର୍ତ୍ତମାନ ମହିଳା ଜଣକ ଅବସ୍ଥା ଭଲ ଅଛି ବୋଲି ଡାକ୍ତର ସୌମ୍ୟ ରଂଜନ ସାହୁ ସୂଚନା ଦେଇଛନ୍ତି। ମହିଳା ଗୁରୁତର ଅବସ୍ଥା ରେ ପ୍ରସବ ପାଇଁ ଖଟିଆ ରେ ବୁହାହୋଇ ନଦୀପାର ହୋଇ ଗ୍ରାମବାସୀ ଙ୍କ ସହଯୋଗ ରେ ଦୁଇକିଲୋମିଟର ଆମ୍ବୁଲାନ୍ସ ନିକଟକୁ ଆଣି ଥିବା ଘଟଣା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିଲା ଏଣୁ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ସମସ୍ୟା ର ସମାଧାନ ପାଇଁ ଗ୍ରାମ ବାସି ଦାବୀ କରିଛନ୍ତି।
ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here