ବେଗୁନିଆପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ନେବା ପାଇଁ ପ୍ରବଳ ଭିଡ଼, ସରକାରୀ ନିୟମକୁ ଆଖିଠାର

0
370

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ନେବା ପାଇଁ ନାହିଁ ନ ଥିବା ଭିଡ଼ । କୋରୋନା ଟିକା ନେବା ପାଇଁ ଆସି ସମାଜିକ ଦୂରତା ଭୁଲିଗଲେ ଲୋକ । ଆଜି ଟିକା ପାଇଁ ଅସମ୍ଭାଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଟିକା ପାଇଁ ଲୋକେ ହାଉଯାଉ ହୋଇ ନିୟମକୁ ଆଖିଠାର ମାରିଛନ୍ତି । ଏପରିକି ସ୍ୱାସ୍ଥ୍ୟକେନ୍ଦ୍ରରେ ଶହ ଶହ ଲୋକ ସାମାଜିକ ଦୂରତାକୁ ଭୁଲିଯାଇ ଲମ୍ବା ଲାଇନରେ ଠିଆ ହୋଇ ରହିଥିଲେ । ବେଗୁନିଆପଡ଼ା ବ୍ଲକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଟୀକା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେଥିଲାଗି ଶହ ଶହ ପୁରୁଷ, ମହିଳା, ଯୁବକ ଓ ଯୁବତୀ ଟୀକା ନେବା ପାଇଁ ଲମ୍ବା ଲାଇନ ଲଗାଇ ଥିଲେ । ହେଲେ ସେଠାରେ ଲୋକ ପ୍ରଥମେ ଟୀକା ନେବା ପାଇଁ ହଉଯାଉ ହୋଇ ଭିଡ଼ ଜମାଇଥିଲେ । ଫଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପହଁଚି ଅସମ୍ଭାଳ ଭିଡକୁ ନିୟନ୍ତ୍ରଣ କରିଥିଲେ । ଲୋକେ ଟୀକା ଦେବା ପାଇଁ ଭିଡ଼ ହେଉଥିବାରୁ ଏ ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here