ବିଜେପିକୁ ପାଳଟା ଜବାବ ରଖିଲେ ପୂର୍ବତନ ସରପଞ୍ଚ

0
287

ବୁଗୁଡା:ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକର ଅନ୍ତରପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ଭୋଳ ବିଜେପି ପକ୍ଷରୁ ଏକ ମିଥ୍ୟା ଗୁଜବ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ତାହାର ଜବାବ ରଖିଛନ୍ତି। ଖବରରୁ ପ୍ରକାଶ ଯେ ଗତ କିଛିଦିନ ପୂର୍ବରୁ ବିଜେପି କର୍ମୀ ମାନଙ୍କ ଅଭିଯୋଗ ଦ୍ବାରା ଖବର କାଗଜ ମାଧ୍ୟମରେ ଅନ୍ତରପଡା ଗ୍ରାମ ପଞ୍ଚାୟତରେ ମନେରେଗା ଦୁର୍ନୀତି,ଆବାସ ଯୋଜନା ଦୁର୍ନୀତି ଭଳି ବହୁତ ଦୁର୍ନୀତି ହୋଇଥିବା କଥା ପ୍ରକାଶିତ ହୋଇଥିଲା । ସେହି ଖବର ସରପଞ୍ଚ ପ୍ରତିନିଧି ଜାଣିବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହା ଏକ ଆକ୍ରୋଶ ଏବଂ ଭିତ୍ତିହୀନ ଅଭିଯୋଗ ବୋଲି ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ଭୋଳ ସ୍ପଷ୍ଟ ଭାବରେ ଦୃଢତା ପୂର୍ବକ ଖଣ୍ଡନ କରି କହିଥିଲେ । ଏହି ପଞ୍ଚାୟତର ଉନ୍ନତିକରଣକୁ ଦେଖି କେତେକ ମୁଷ୍ଟିମେୟ ପ୍ରଭାବଶାଳୀ ବିଜେପି ବ୍ୟକ୍ତିବିଶେଷ ମାନେ ମିଥ୍ୟା ଗୁଜବ ସୃଷ୍ଟି କରୁଛନ୍ତି। ଆମେ ଯେ କୌଣସି ପ୍ରକାର ତଦନ୍ତକୁ ସ୍ବାଗତ କରିବା ସହ ଭୁଲଥିଲେ ଦଣ୍ଡାଦେଶକୁ ଗ୍ରହଣ କରିବୁ ବୋଲି ପ୍ରକାଶ କରିଥିଲେ । ବିଜେପି ପକ୍ଷରୁ ଗତ ୨୮ ତାରିଖ ଦିନ ଯେଉଁ ସାମ୍ବାଦିକ ସମ୍ମିଳନୀ ହୋଇଥିଲା ତାହା ଭିତ୍ତିହିନ ଥିଲା। ଯେଉଁ କାମକୁ ନେଇ ବିଜେପି ନେତା ଅଭିଯୋଗ ଆଣିଥିଲେ, ସେମାନେ ସଠିକ ଭାବେ ଅନୁଧ୍ୟାନ କରି ଯଦି ସାମ୍ବାଦିକ ସମ୍ମିଳନୀ କରିଥାନ୍ତେ ତାହେଲେ ସଠିକ ତଥ୍ୟ ପଦାକୁ ଆସି ପାରିଥାନ୍ତା ବୋଲି ଶ୍ରୀ ଭୋଳ ପ୍ରକାଶ କରିଥିଲେ । ଏହି ଖବରଦାତା ସମ୍ମିଳନୀରେ ନାଏବ ସରପଞ୍ଚ ଭାସ୍କର ସାମନ୍ତରା,ସମିତି ସଭ୍ୟ ଟୁକୁନା ସ୍ବାଇଁ,ୱାର୍ଡମେମ୍ବର ବାବୁ ନାୟକ,କୋକରାମ ନାୟକ,ୱାର୍ଡମେମ୍ବର ପ୍ରତିନିଧି ବବୃବାହନ ସ୍ବାଇଁ ଏବଂ ବିଜୟ ବିଷୋୟୀ ପ୍ରମୁଖ ଅଂଶଗ୍ରହଣ କରିବା ସହ ଶତାଧିକ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here