ସେବା ସପ୍ତାହ ଅବସରରେ ଅଙ୍ଗାରଗାଁ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
298

ବେଗୁନିଆପଡା:ଭାରତୀୟ ଜନତା ପାର୍ଟି ତରଫରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵିତୀୟ ପାଳିର ଦ୍ବିତୀୟ ବର୍ଷ ପୃତ୍ତି ପୂରଣ ଉପଲକ୍ଷେ ଭାରତୀୟ ଜନତାପାର୍ଟି ତରଫରୁ ସେବା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼, ବୋରିଆ ସାହି, ଗିଲିଣ୍ଡା ଆଦି ଗ୍ରାମରେ ବିଜେପି ଯୁବ ନେତା ନାରାୟଣ ସୁମନ୍ତରାୟ ଙ୍କ ନେତୃତ୍ବରେ ମାସ୍କ, ସାବୁନ ବଣ୍ଟନ ହୋଇଥିଲା । ଏଥିସହିତ ସମସ୍ତ ଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ସାନିଟାଇଜର ବ୍ୟବହାର କରିବା ପାଇଁ ସଚେତନତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଅରୁଣ କୁମାର ପଣ୍ଡା, ଚନ୍ଦ୍ରମୋହନ ଜେନା, ନାରାୟଣ ପ୍ରଧାନ ସମେତ ଅନ୍ୟମାନେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here