ବ୍ରହ୍ମପୁର ଠାରେ ତୁରନ୍ତ ଏୟାର ସର୍ଭିସ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲେ କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ

0
252

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ତୁରନ୍ତ ଏୟାର ସର୍ଭିସ ଆରମ୍ଭ କରିବାକୁ ଦାବୀ କରିଛନ୍ତି ବ୍ରହ୍ମପୁର ଲୋକସଭା ପ୍ରାର୍ଥି ତଥା ବରିଷ୍ଠ କଂଗ୍ରେସ ନେତା ଭି.ଚନ୍ଦ୍ରଶେଖର ନାଇଡୁ।ଏନେଇ ସେ ମୂଖ୍ଯମନ୍ତ୍ରୀକୁଂ ଏକ ପତ୍ର ମାଧ୍ଯମରେ ଦୃଷ୍ଟି ଆକର୍ଷଣ କରିଛନ୍ତି।ବର୍ତ୍ତମାନର ଭିତ୍ତିଭୂମିରେ ଅଗ୍ରାଧିକାର ଭିତ୍ତିରେ ଏହା ଆରମ୍ଭ କରିବାକୁ ସେ କହିଛନ୍ତି।ଦୀର୍ଘଦୀନରୁ ଏନେଇ ଦାବୀ ହୋଇ ଆସୁଥିଲେ ମଧ୍ଯ ସରକାର ପୂରା ଚୁପହୋଇ ବସିରହିଛନ୍ତି।ସାମଗ୍ରିକ ଭାବେ ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଥିବା ଗଜପତି ଓ ଗଞ୍ଜାମରେ ସ୍ବାସ୍ଥ୍ଯ ଭଳି ସଂବେଦନଶୀଳ ପ୍ରସଙ୍ଗରେ ରୋଗୀ ସଠିକ ସମୟରେ ସ୍ଥାନାନ୍ତରୀତ ହୋଇପାରୁନଥିବାରୁ ଲୋକମାନେ ନିଜର ପ୍ରିୟଜନ ମାନଙ୍କୁ ହରାଉଛନ୍ତି।କୋଭିଡ ସମୟରେ ଏହିଭଳି ଅନେକ ଲୋକ ପ୍ରାଣ ହରାଇଥିବା ନଜିର ରହିଛି।ସ୍ଥାନୀୟ ଲୋକମାନେ ଏୟାର ସର୍ଭିସ ପାଇଁ ଭୁବନେଶ୍ବର କିମ୍ବା ବିଶାଖାପାଟଣା ଉପରେ ନିର୍ଭରଶୀଳ ହେଉଛନ୍ତି।ଏଠାରେ ଏୟାର ସର୍ଭିସ ଆରମ୍ଭ ହେଲେ ପର୍ଯ୍ଯଟନ,ହସ୍ତଶିଳ୍ପ ପ୍ରଭୁତିର ବିକାଶ ହେବ ଯାହା ସ୍ଥାନୀୟ ଲୋକମାନଂକର ଆର୍ଥିକ ବିକାଶରେ ବେଶ ସହାୟକ ହୋଇପାରିବ।ତେଣୁ ଏକ୍ଷେତ୍ରରେ ଆଉ ଅଧିକ ବିଳମ୍ବ ନକରି ତୁରନ୍ତ ୬ ସିଟ,୧୨ ସିଟ ବିଶିଷ୍ଟ ଛୋଟଛୋଟ ବିମାନ ସେବା ଆରମ୍ଭ କରନ୍ତୁ ବୋଲି ଶ୍ରୀ ନାଇଡୁ ଦାବୀ କରିଛନ୍ତି।ପୂର୍ବରୁ ରାଜନୈତିକ ଅଭିସନ୍ଧି ରଖି ଠିକ୍ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଘରୋଇ ବିମାନସେବା ସଂସ୍ଥା ମାନଂକୁ ନେଇ ପଶ୍ଚିମ ଓଡିଶାର ଝାରସୁଗୁଡାରେ ଘରୋଇ ଓ ରାଜ୍ଯବାହାରକୁ ମଧ୍ଯ ବିମାନସେବା ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାର ଆରମ୍ଭ କରିଥିଲେ।ହେଲେ ଦୀର୍ଘଦିନରୁ ଦକ୍ଷିଣ ଓଡିଶା ପାଇଁ ଦାବୀ ହୋଇଆସୁଥିଲେ ମଧ୍ଯ ସମାନ ସୁବିଧା କାହିଁକି ନୁହଁ ବୋଲି ଶ୍ରୀ ନାଇଡୁ ପ୍ରଶ୍ନ(?) କରିଛନ୍ତି।କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଣାଳୟର ଯୁଗ୍ମ ସଚିବ ଇତିମଧ୍ଯରେ ଏ ପ୍ରସଙ୍ଗରେ ସମୀକ୍ଷା କରି ଜମିଅଧିଗ୍ରହଣ ଭଳି ଗୁରୁତ୍ବପୂଣ୍ନ ପ୍ରସଂଗ ଅଟକି ରହିଛି ବୋଲି କହିଥିଲେ।ରାଜ୍ଯ ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ଯ ଏ ନେଇ କାଯ୍ଯ ତ୍ବରାନ୍ବିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ତେବେ ଅଟକି ରହିଥିବା କାଯ୍ଯ କେଉଁଠି ଓ କିଭଳି ବିନା ବାଧାରେ ଆଗକୁ ବଢିବ ସେଥିନିମନ୍ତେ ମୂଖ୍ଯମନ୍ତ୍ରୀ ବ୍ଯକ୍ତିଗତ ଭାବେ ତଦାରଖ କରନ୍ତୁ ବୋଲି ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି।ଏଠାରେ ଉଲ୍ଲେଖଯୋଗ୍ଯ ପୂର୍ବରୁ ଶ୍ରୀ ନାଇଡୁ ଏହି ପ୍ରସଙ୍ଗରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ପୂର୍ବତନ ଅଧ୍ଯକ୍ଷ ଗୁରୁପ୍ରସାଦ ମହାପାତ୍ରଙ୍କ ସହ ଏକାଧିକବାର ଆଲୋଚନା କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here