ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ସତ୍ୟବ୍ରତ ଭୋଇ

0
750

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ୨୦୦୪ ବ୍ୟାଚର ଆଇ ପି ଏସ ଶ୍ରୀ ସତ୍ୟବ୍ରତ ଭୋଇ ଆଜି ବିଧିବଦ୍ଧ ଭାବେ ଦକ୍ଷିଣାଞ୍ଚଳ ପୋଲିସ୍ ଡିଆଇଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ବ୍ରହ୍ମପୁର ରେଞ୍ଜ ଆଇଜି ଶ୍ରୀ ଜତିନ୍ଦ୍ର କୋୟାଲଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । କୋୟଲ ପୁଷ୍ପଗୁଚ୍ଛ ଦେଇ ନୂତନ ଡିଆଇଜିଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ଏସପି ଶ୍ରୀ ପିନାକ ମିଶ୍ର ,ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ କୁମାର ରାୟଙ୍କ ସମେତ ବହୁ ପୋଲିସ୍ ଥାନା ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାରେ ପୋଲିସର କାର୍ଯ୍ୟ ଠିକ ଚାଲିଛି ବୋଲି ଏସ୍ପିଙ୍କ ସହ ସମସ୍ତ ଥାନା ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ନୂତନ ଡ଼ି ଆଇ ଜି ଶ୍ରୀ ସତ୍ୟବ୍ରତ ଭୋଇ । ଏହା ପୂର୍ବରୁ ସେ ସମ୍ବଲପୁର ରେଞ୍ଜର ଡି ଆଇ ଜି ଭାବେ କାର୍ଯ୍ୟରତ ଥିଲେ । ସାମ୍ବାଦିକ ସମ୍ମିଳନୀରେ ସେ ଦକ୍ଷିଣା ଅଞ୍ଚଳର ମାଓ ଗତିବିଧି ରୋକାଯିବା ଉପରେ ଗୁରୁତ୍ୱ ଦେବା ସହ ୫-ଟି କୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here