ପୁଲିସ ଜାଲରେ ଅନ୍ତଃରାଜ୍ୟ ଦୁଇ ଏଟିଏମ ଲୁଟେରା

0
180

ବ୍ରହ୍ମପୁର:ଅନ୍ତଃରାଜ୍ୟ ଦୁଇ ଏଟିଏମ ଲୁଟେରାଙ୍କୁ କାବୁ କରିଛି ରମ୍ଭାଥାନା ପୁଲିସ । ସେମାନେ ହେଲେ ଚମାଖଣ୍ଡି ଥାନା ଅଞ୍ଚଳର ହରିହର ରେଡ଼ି ଓ ଲକ୍ଷ୍ମୀପୁର ଗ୍ରାମର ରଘୁନାଥ ରେଡ଼ି । ସେମାନଙ୍କ ନିକଟରୁ ପୁଲିସ 92 ହଜାର ଟଙ୍କା ଓ 12 ଏଟିଏମ କାର୍ଡ ଜବତ ହୋଇଥିବା ଜଣାପଡିଛି । ଏଟିଏମ ଲୁଟର ମାଷ୍ଟରମାଇଣ୍ଡର ହେଉଛି ହରିହର ରେଡି । ଏମାନେ ଆନ୍ଧ୍ର ଓ ଓଡିଶାର ଗଞ୍ଜାମ, ଗଜପତି, ପୁରୀ ସମେତ ବିଭିନ୍ନ ବିଭିନ୍ନ ଜିଲ୍ଲାରେ ରାତାରାତି ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ କରିଛନ୍ତି । ରମ୍ଭା ଅଞ୍ଚଳରେ ତିନୋଟି ଏଟିଏମ ଲୁଟ ଘଟଣା ସମ୍ପୃକ୍ତ ଥିବା ବେଳେ ବେଲଗୁଣ୍ଠାରେ ମଧ୍ୟ ଗୋଟିଏ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here