କଳାକାର ସମାଜ ଏକତ୍ର ସାମ୍ପ୍ରତିକ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବା ଉଚିତ : ବରିଷ୍ଠ କଳାକାର ସଂଘ

0
237

ବ୍ରହ୍ମପୁର:ରାଜ୍ୟର ଅଗ୍ରଣୀ କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ଦ୍ଵିତୀୟ ପ୍ରତିଷ୍ଠା ଦିବସ ସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ କରୋନା କଟକଣା ଘେନି ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପାଳିତ ହୋଇଯାଇଛି । ଏହି ଅବସରରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ଡ଼ା. ତିରୁପତି ସାହୁ, ନାଟ୍ୟବିଦ୍ୟାବୁଦ୍ଧ ପ୍ରଫୁଲ୍ଲ ବେହେରା, ବରିଷ୍ଠ ସଙ୍ଗୀତଜ୍ଞ ପଣ୍ଡିତ ସୀମାଞ୍ଚଳ ଦାସ, ପ୍ରଜ୍ଞାଦୀପ୍ତ ସାରସ୍ଵତ ସାଧକ ପଣ୍ଡିତ ବିଶ୍ଵନାଥ ଶତପଥୀ, ସୁନାମଧନ୍ୟ ନାଟ୍ୟ ପୁରୁଷ ଅଧ୍ୟାପକ ଗୋପାଳ ମହାରଣା, ସାରସ୍ଵତ ସାଧକ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ଅନ୍ ଲାଇନ୍ ଅତିଥି ଭାବରେ ଯୋଗଦେଇ ସଂଘର କାର୍ଯ୍ୟଧାରାରେ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ । ସଂପ୍ରତି କରୋନା କାଳରେ ବହୁବାର ସରକାରୀ ସହାୟତା ନିମନ୍ତେ ଆବେଦନ କରିବା ପରେ କୌଣସି ସହାୟତା ନପାଇ ଅତିଶୟ ଦୁର୍ବିସହ ସ୍ଥିତିରେ ଥିବା କଳାକାର ଭାଇ-ଭଉଣୀମାନଙ୍କୁ ସଂଘ ସହଭାଗିତା ମାଧ୍ୟମରେ ଯଥାସାଧ୍ୟ ସହାୟତା କରିଆସୁଛି ଏବଂ ସଂପ୍ରତି ସଂଘବଦ୍ଧ ଭାବରେ ଭାଇଚାରାର ପୃଷ୍ଠପିଠିକା ଉପରେ ଦଣ୍ଡାୟମାନ ରହି ପରସ୍ପରର ଅଭାବ ଅସୁବିଧାକୁ ଦିଦୁରିତ ପାଇଁ ପ୍ରୟାସ ନିମନ୍ତେ ସଂଘ ପକ୍ଷରୁ କରାଯାଇଥିବା ଘୋଷଣାକୁ ପ୍ରଶଂସା କରିବା ସହିତ ଏହା କଳାକାର ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାରେ ସମର୍ଥ ହେବ ବୋଲି ମତବ୍ୟକ୍ତ କରିଥିଲେ ।ସଂଘର ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ସଂଘର କାର୍ଯ୍ୟଧାରା ସମ୍ପର୍କରେ ବିସ୍ତୃତ ବିବରଣୀ ରଖିଥିଲେ । ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା । ପରିଶେଷରେ ସଂଘର ଭଞ୍ଜନଗର ସଂଯୋଜକ ଜୟକୃଷ୍ଣ ପଟ୍ଟନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here