ବିଧାୟକଙ୍କ ଦ୍ଵାରା ଗୋପାଳ ସମାଜ ଗୃହ ଉଦଘାଟିତ

0
240

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମନଶିଳା ଗ୍ରାମରେ ଗୋପାଳ ସମାଜର ନୂତନ ଗୃହକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଜୁଲାଇ ୦୩ ତାରିଖ ଦିନ ଉଦଘାଟନ କରିଛନ୍ତି। ମନଶିଳା ଗ୍ରାମର ଗୋପାଳ ସମାଜର ନୂତନ ଗୃହ ଉଦଘାଟନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଗୃହକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋପାଳ ସମାଜର ସଭାପତି ଖଦାଳ ଗୌଡ଼, ଉପ ସଭାପତି ଭଗବାନ ମହାଙ୍କଡ଼, ସମ୍ପାଦକ ହରିହର ମହାଙ୍କୁଡ଼, ସହ ସମ୍ପାଦକ ବିଦେଶୀ ମହାଙ୍କୁଡ଼, କୋଷାଧ୍ୟକ୍ଷ ବଳରାମ ଗୌଡ଼ ଓ ଉପଦେଷ୍ଟା କୃଷ୍ଣଚନ୍ଦ୍ର ମହାଙ୍କୁଡ଼ ଯୋଗଦେଇଥିଲେ। ମନଶିଳା ଗ୍ରାମର ଗୋପାଳ ସମାଜର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ଗ୍ରାମର ଜନସାଧାରଣଙ୍କ ସହ ଅଭାବ ଅସୁବିଧା ନେଇ ଆଲୋଚନା କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here