ବାତେରାପଲ୍ଲୀର ଏକ ଘର ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

0
473

କୋଦଳା: ଗଞ୍ଜାମ ଜିଲ୍ଲା କୋଦଳା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ଆଇଆଇସି ଫାସୀ ପଞ୍ଚାୟତର ବାତରାପଲ୍ଲୀ ଗ୍ରାମରେ ଥିବା ଏକ ଘରେ ଚଢ଼ାଉ କରିଥିଲେ। ସାରା ରାତି ରହିଲା ପରେ ଆଜି ଦିନ ୧ ଘଂଟା ସମୟରେ ପୁରୁଷୋତ୍ତମପୁର ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ,କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପହଞ୍ଚି ସେଠାରେ ତାଲା ଭାଙ୍ଗିବା ପରେ ସେହି ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି।ପ୍ରକାଶ ଥାଉ କି ଯେ ଗତ କିଛିଦିନ ତଳେ କଞ୍ଚଣା ଛକ ନିକଟରୁ ୯୫୦ କେଜି ଗଞ୍ଜେଇରୁ ଉର୍ଦ୍ଧ୍ବ ଓ ଭାଟପଡା ଛକ ନିକଟରୁ ୩୪୦ କେଜି ଗଞ୍ଜେଇ ଜବତ ହୋଇଥିଲା। ପ୍ରାୟ ୨ ମାସ ଭିତରେ କୋଦଳା ପୋଲିସକୁ ତିନୋଟି ସଫଳତା ମିଳିଛି।ଏହି ଅଞ୍ଚଳରେ ପ୍ରାୟତଃ ଗଞ୍ଜେଇ ବେପାରୀ ସୁରଟ,ମୁମ୍ବାଇ ଓ କୋଲକତା କୁ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ବୋଲି ଚର୍ଚା ଜୋର ଧରିଛି। ଯାହାଫଳରେ ପୋଲିସ ଓ ଅବକାରୀ ବିଭାଗର ମୁଣ୍ଡବ୍ୟଥା ବଢି ଚାଲିଛି।ଏହି ଗଞ୍ଜେଇ ଜବତ ହୋଇଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ଗଞ୍ଜେଇ ବେପାରୀ ମାନେ ବେଧଡ଼କ ଗଞ୍ଜେଇ ବ୍ୟାପାର କରି ଆସୁଛନ୍ତି। ଏହାକୁ ନେଇ କେବେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମୁଖ୍ୟ ଆସାମୀ ଧରା ଯାଉଛି ଓ ଏହାର ଚେର କେଉଁ ପର୍ଯ୍ୟନ୍ତ ମାଡିଛି ତାହା ଦେଖିବାକୁ ବାକି ରହିଲା।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here