କରୋନା ନାଁ ରେ ରାସ୍ତା ଘାଟ ସମସ୍ୟା କେତେ ଦିନ ଘୁଞ୍ଚିବ!

0
251

ବ୍ରହ୍ମପୁର: ଗତ ଦୁଇ ବର୍ଷରୁ ରାସ୍ତା ଘାଟ ଖୋଳି ପାଇପ ଲାଇନ ମରାମତି କରି ଥିବା ସତ୍ୱେ ଖୋଳିଥିବା ଗାତରେ ମାଟି ପୂରଣ ନକରି ବିପଦପୁର୍ଣ ଅବସ୍ଥାରେ ଖୋଲା ଛାଡି ଦେଇଛନ୍ତି ବ୍ରହ୍ମପୁର ଜନ ସ୍ୱାସ୍ଥ୍ୟ ବିଭାଗ l ବ୍ରହ୍ମପୁର ସହରର ପ୍ରାୟ ଅଧିକାଂଶ ଅଂଚଳର ସମସ୍ୟା ଏକାପରି ହେଲେବି ସ୍ଥାନୀୟ ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ପଞ୍ଚମ ଲାଇନରେ 2019ମସିହାରେ ପାଣି ପାଇପ କାମ କରି ମାଟି ପୂରଣ ନକରିବା ହେତୁ ପ୍ରତିଦିନ ଖାଲରେ ପଡି ବହୁ ଲୋକ ଆହତ ହେବାଟା ଅଧିକ ସଚୋନୀୟ ହୋଇପଡିଛି ll ଏଥି ସମ୍ପର୍କରେ ବହୁବାର ଜନ ସ୍ୱାସ୍ଥ୍ୟ ବିଭାଗ ଓ ମହାନଗର ନିଗମକୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଅlନଯିବା ସ୍ଥାନୀୟ ମହଲରେ ଜନ ଅସନ୍ତୋଷ ସୃଷ୍ଟି କରିଛି l ବହୁ ପ୍ରକାର ଟିକସ ଲଦିବାରେ ଉଭୟ ଜନ ସ୍ୱାସ୍ଥ୍ୟ ବିଭାଗ ଓ ମହାନଗର ନିଗମ କତୃପକ୍ଷ ପଛଘୁଞ୍ଚା ଦେଉନଥିବା ବେଳେ ଦୀର୍ଘ ଦୁଇ ବର୍ଷରୁ ରାସ୍ତା ନିର୍ମାଣ ନହୋଇ ବିପଦପୁର୍ଣ ଅବସ୍ଥାରେ ଖାଲଖମାରେ ରହିବା ଅତ୍ୟନ୍ତ ନିନ୍ଦନୀୟ l ସମସ୍ୟା ସମ୍ପର୍କରେ ଗୁହାରି କରିବାପାଇଁ ଗଲେ କେବଳ କରୋନା ଆଳ ଦେଖାଇ ଲୋକଙ୍କୁ ଦୁଇବର୍ଷରୁ ଭଣ୍ଡାଇ ଚାଲିଛନ୍ତି ଉଭୟ ଜନସ୍ୱାସ୍ଥ୍ୟ ଓ ମହାନଗର ନିଗମ କତୃପକ୍ଷ l ତୁରନ୍ତ ଏହି ସମସ୍ୟା ସମାଧାନ ନହେଲେ ଉଭୟ ବିଭାଗକୁ ଘେରାଓ କରାଯିବ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଯୁବନେତା ମନୋଜ ତରାଇ ଦୃଢ଼ ଚେତାବନୀ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here