ଦଲିଲ ଲେଖକଙ୍କ କଲମ ଛାଡ଼ ଆନ୍ଦୋଳନ ସହ ପ୍ରତିବାଦ ସଭା

0
232

କୁକୁଡାଖଣ୍ଡି:ବ୍ରହ୍ମପୁର ଦଲିଲ ଲେଖକ ସଙ୍ଘର ଆହ୍ୱାନ କ୍ରମେ କୁକୁଡାଖଣ୍ଡି ଦଲିଲ ଲେଖକ ସଙ୍ଘ ସହଯୋଗ ରେ ସାତ ଦଫା ଦାବିନେଇ ସବ-ରେଜିଷ୍ଟାର କାର୍ଯ୍ୟାଳୟ ଘେରାଉ ସହ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା କରାଯାଇଛି ।ଉକ୍ତ ପ୍ରତିବାଦ ସଭାରେ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ନିନ୍ଦା ସହ ବଦଳି ଦାବି କରାଯାଇଛି ।ଭାରପ୍ରାପ୍ତ ସବ ରେଜିଷ୍ଟାର ଙ୍କ ଅନୁପସ୍ଥିତରେ ବରିଷ୍ଠ କିରାଣୀ କେ. ଶ୍ରୀଦେବୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । କୁକୁଡାଖଣ୍ଡି ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରେ ସ୍ଥାୟୀ ଅଧିକାରୀ ନିଯୁକ୍ତି ନଥିବା ସହ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ କଳାପ ଯୋଗୁଁ ଜନ ସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।ତାର ସମାଧାନ ନିମନ୍ତେ ମାନନୀୟ ଉଚ୍ଚ ନ୍ୟାୟାଳୟ,ଆଇ.ଜି.ଆର୍ ଓ ରାଜସ୍ୱ ଭବନ ଓଡିଶା ବିଭାଗୀୟ ନିର୍ଦ୍ଧେଶ ଥିଲେ ମଧ୍ୟ ଓ. ରେ.ରା ଆଇନକୁ ଭୁଲ ବ୍ୟାଖ୍ୟା କରି ଉଦ୍ଦେଶ୍ୟ ମୂଳକ ଭାବେ ଗରିବ ଜନ ସାଧାରଣଙ୍କ ଦଲିଲ ପଞ୍ଜିକରଣ ନକରିବା,ଦଲିଲ ପଞ୍ଜିକରଣ ତଥା ତନଖିର ମୁଖ୍ୟ ଦାୟିତ୍ୱରେ ଥିବା କର୍ମଚାରୀ ଓ ଉପ-ନିବନ୍ଧକ ଥିଲେ ମଧ୍ୟ କୌଣସି ବିବାଦ ଉପୁଜିଲେ ଲେଖାଳିଙ୍କୁ ଦାୟୀ କରିବା ସମ୍ବନ୍ଧେ ପ୍ରତିବାଦ ।ତ୍ରୁଟି ପୂର୍ଣ୍ଣ ବେଞ୍ଚ ମାର୍କ ମୂଲ୍ୟାୟନକୁ ନେଇ ଜନସାଧାରଣଙ୍କ ତରଫରୁ ଆଇଜିଆର ଜିଲ୍ଲାପାଳ,ଉପ -ଜିଲ୍ଲାପାଳ,ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କୁ ପୁନଃ ମୂଲ୍ୟାୟନ ପାଇଁ ଅବଗତ କରିଲେ ସୁଦ୍ଧା ସେ ସବୁର ସମାଧାନ ଆଜି ପର୍ଯ୍ୟନ୍ତ ହୋଇ ନଥିବା ବିଷୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସକାଳ ୧୦ରୁ ରେଜିଷ୍ଟ୍ରସନ ପାଇଁ ଆସୁଥିବା ବୃଦ୍ଧ,ବୃଦ୍ଧା,ମହିଳା,ଶିଶୁ,ରୋଗୀଙ୍କ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରେଜିଷ୍ଟ୍ରସନ ପାଇଁ ଅପେକ୍ଷା କରିବା,ରେଜିଷ୍ଟ୍ରସନ ପାଇଁ ଆସୁଥିବା ଜନସାଧାରଣଙ୍କ ମୌଳିକ ସୁବିଧା ପ୍ରଦାନ ଆମର ଦାବି ।ଏହି ସବୁ ଦାବି ଗୁଡିକ ତୁରନ୍ତ ପ୍ରତିକାର ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଯିବାକୁ ଚେତାଇ ଦିଆଯାଇଛି ।ଆଜିର ପ୍ରତିବାଦ ସଭାରେ ଭିନ୍ନକ୍ଷମ ନେତା କେ.ମଣିବାବୁ,ଦଲିଲ ଲେଖକ ରବୀନ୍ଦ୍ର ପଟ୍ଟନାୟକ,ଆଇନଜୀବୀ ଗଣେଶ ଗୌଡ଼,ଦିବ୍ୟ ଲୋଚନ ପଟ୍ଟନାୟକ,ସରୋଜ ପାତ୍ର,ବିଷ୍ଣୁ ମାଝୀ,ବସନ୍ତ ଚୌଧୁରୀ,କେ.ରାମକୃଷ୍ଣ,ସାଗର କୁମାର ପାତ୍ର,ଇ.ଗୋବିନ୍ଦ,ରବୀନ୍ଦ୍ର ସାହୁ,ମିଟୁ,ଶଙ୍କର୍ଷଣ ପାଣିଗ୍ରାହୀ, ଶିବରାମ ରାଉଳ,ସଚ୍ଚିଦାନନ୍ଦ ଗନ୍ତାୟତ,ବିକ୍ରମ ଗନ୍ତାୟତ,ଏ. ରୋହିତ କୁମାର,ଏ.ବିଘ୍ନେଶ୍ୱର,ଓମ୍ ପ୍ରାସାଦ ଦଳାଇ,ଏସ.ନରସିଂହ, ସୁରେଶ ସେଠି,କୈଳାଶ ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here