ନିଗମାନନ୍ଦ ଏଜୁକେସନ ସେଣ୍ଟର ତରଫରୁ ବନମହୋତ୍ସବ ଓ କୋଭିଡ ସଚେତନତା କାର୍ଯ୍ୟକ୍ରମ

0
257

ଭଞ୍ଜନଗର:ଭଞ୍ଜନଗର ସ୍ଥିତ ନିଗମାନନ୍ଦ ଏଜୁକେସନ ସେଣ୍ଟର ର ସଂପାଦକ ଚିନ୍ମୟ କୁମାର ବେବର୍ତ୍ତାଙ୍କ ଜନ୍ମ ଦିବସ ଅବସରରେ ଅନୁଷ୍ଠାନ ତରଫରୁ କିଛି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଥମ କାର୍ଯ୍ୟକ୍ରମ ଭାବେ ଡହ ରୋଡ ସ୍ଥିତ କୁଷ୍ଠାଶ୍ରମରେ ସ୍ବେଚ୍ଛାସେବୀଗଣ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ପରେ ସଭାପତି ଗୋବନ୍ଦ ରାଓ ଙ୍କ ସଭାପତିତ୍ବରେ ଡୁମାକୁମ୍ପା ପଞ୍ଚାୟତର ରିପିଟିପଲ୍ଲୀ ଗ୍ରାମରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଲୋକଙ୍କୁ ମାସ୍କ ବଣ୍ଟନ,ସାବୁନରେ ହାତ ଧୋଇବା କୌଶଳ ଶିକ୍ଷା ଦେବା ଏବଂ ବନ ମହୋତ୍ସବ ପାଳନ କରାଯାଇଛି । ଏହି ଅବସରରେ ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଚାରା ରୋପଣ କରାଯିବା ସହ ବିଦ୍ୟାଳୟ ପିଲାଙ୍କ ପଠନ ନିମିତ୍ତ ପୁସ୍ତକ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ମୁଜାଗଡ ରେଞ୍ଜ ଫରେଷ୍ଟର କୃଷ୍ଣ ଚନ୍ଦ୍ର ସ୍ବାଇଁ,ବନରଖି ସୁଶିଲ କୁମାର ରାଉତ, ରିପିଟିପଲ୍ଲୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ଗୌଡ,ପ୍ରଧାନ ଶିକ୍ଷକ କାଳୀ ଚରଣ ନାଇକ,ସି.ଆର୍.ସି.ସି ତ୍ରିନାଥ ବେହେରା ପ୍ରମୁଖ ଯୋଗ ଲୋକଙ୍କୁ ଉଦବୋଧନ ଦେଇ ବୃକ୍ଷ ରୋପଣ ରେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ଶଙ୍କର ପ୍ରସାଦ ପଟ୍ଟନାୟକ,ସଦସ୍ୟା ପ୍ରଭାତି ମଞ୍ଜରୀ ବେହେରା, ସଦସ୍ୟା ମନବିନ ଜେନା ପ୍ରମୁଖ ଉପସ୍ଥିତ ରହି ମାସ୍କ ବଣ୍ଟନ,ବୃକ୍ଷରୋପଣ,ଖାଦ୍ୟ ବଣ୍ଟନ ଆଦିର ତଦାରଖ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ବୃକ୍ଷ ରୋପଣ ତଥା ବନ ସଂରକ୍ଷଣର ମହତ୍ବ ବଖାଣିଥିଲେ । ପରିବେଶ ସୁରକ୍ଷା ଦିଗରେ ଯତ୍ନବାନ ଥିବା ପ୍ରଧାନ ଶିକ୍ଷକଙ୍କୁ ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ଉତ୍ସାହିତ କରାଯିବା ସହ ପିଲାଙ୍କ ଉଦ୍ଦେଶ୍ୟରେ ପୁସ୍ତକ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଂପାଦକ ଚିନ୍ମୟ କୁମାର ବେବର୍ତା ନିଜ ଜନ୍ମଦିନରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବା ହେତୁ ଗ୍ରାମବାସୀ ଓ ବିଦ୍ୟାଳୟ ତରଫରୁ ପ୍ରଶଂସା କରାଯାଇଥିଲା।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here