“ଓଡିଶା ମୋ ପରିବାର” ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

0
240

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ “ଓଡ଼ିଶା ମୋ ପରିବାର” ତରଫରୁ ଏକ ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳିତ ହେଉଥିବା ବେଳେ ଆଜି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ- ୪ରେ ପୂର୍ବତନ କର୍ପୋରେଟର ଅନିଲ ନାୟକଙ୍କ ତତ୍ୱାବଧାନରେ ଧାନମେରା ସାହି ନିକଟ ଆସ୍କାରୋଡ଼ ଠାରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ଜୀବନ ବିନ୍ଦୁ ଗଂଜାମ ଜିଲ୍ଲାର ସଂଯୋଜକ ସୁବାଷ ମହାରଣା, ଜିଲ୍ଲା ମହିଳା ସଭାନେତ୍ରୀ ଏମ୍.ସୁଜାତା ପାତ୍ର, ସଞ୍ଜିତ ପାଣିଗ୍ରାହୀ, ଜଗନ୍ନାଥ ସାବତ, ଟି.ଗୋପୀ,ଲକ୍ଷ୍ମୀ ପ୍ରିୟା ପାଡ଼ି, ଅଜିତ ପଣ୍ଡା, ଧୀରେନ ମହାରଣା, ମନିତା ଦାସ, ସୋନାଲି ଗାନ୍ତୟତ, ପ୍ରଦୀପ ବେହେରା, ପ୍ରମୋଦ ମହାରଣା, ଲକ୍ଷ୍ମଣ ଚୌଧୁରୀ, ଧର୍ମା ନନ୍ଦ ମୁଖୀ, ସୁକାନ୍ତ ମୁଖୀ, ଟି.କିଶୋର, ଦେବାଶିଷ ଚୌଧୁରୀ, ବାନମ୍ବର ନାୟକ, ବାଦଲ ନାୟକ, ଶ୍ୟାମ ସୁନ୍ଦର ନାୟକ, ଚନ୍ଦ୍ର ମହନ ସାହୁ, ପିତାମ୍ବର ବେହେରା, ମଙ୍ଗୁଳୁ ବେହେରା, ଗୋବିନ୍ଦ ପାଣିଗ୍ରାହୀ,ସୁରେଶ ତ୍ରିପାଠୀ, ନରସିଂହ ଦେବ ନାୟକ, ବାଦଲ କୁମାର ବିଷୋୟୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here