ମାଲକାନଗିରି ପାଙ୍ଗାମା ନଦୀରେ ଭାସିଗଲେ ବଡ ଖଇରଖମା ଯୁବକ, ୫ ଦିନ ପରେ ଛତିଶଗଡ଼ରୁ ମିଳିଲା ଶବ l ପରିବାର ବେସାହାରା l

0
645

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡା ବ୍ଲକର ବଡଖଇରଖମା ଗ୍ରାମର ସୁଦର୍ଶନ ମହାରଣାଙ୍କ ଏକମାତ୍ର ପୁଅ ସୌଭାଗ୍ୟ କୁମାର ମହାରଣା (୨୨) ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମା ନଦୀରେ ଗତ ଶନିବାର ଦିନ ଭାସିଯିବାର ୫ ଦିନ ପରେ ଛତିଶଗଡରେ ତାଙ୍କ ଶବ ମିଳିଛି l ପ୍ରାପ୍ତ ସୂଚନା ଅନୁଯାୟୀ ସୌଭାଗ୍ୟ ଦୁଇ ମାସ ତଳେ ଭୁବନେଶ୍ୱର ସ୍ଥିତ ବି. କେ. କନସଲଟାନସି ରେ କାମ କରୁଥିଲେ l ଗତ ୧୭/୮/୧୯ ତlରିଖରେ ସୌଭାଗ୍ୟଙ୍କ ନେତୃତ୍ୱରେ ୪ ଜଣ ମାଲକାନଗିରି ଜିଲ୍ଲାର ବିଜୟୱାଡା -ରାଞ୍ଚି ଜାତୀୟ ରାଜପଥ ୩୨୬ ଅଧୀନରେ ଥିବା ପାଙ୍ଗାମା ନଦୀ ବ୍ରିଜକୁ ଜଳ ସ୍ତର ମାପିବା ପାଇଁ ଯାଇଥିଲେ l ସେଠାରେ ଲଗାଣ ବର୍ଷାରେ ନଦୀ ସୁଅରେ ସୌଭାଗ୍ୟ ଭାସି ଯିବାପରେ ତାଙ୍କର ପତା ମିଳିନଥିଲା l ମାଥିଲି ତହସିଲଦାର, ସ୍ଥାନୀୟ ସରପଞ୍ଚ, ବ୍ଲକ ଅଧକ୍ଷାଙ୍କ ସମେତ ସମସ୍ତଙ୍କ ଦ୍ୱାରା ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ଶବ ମିଳି ନଥିଲା l ଦୀର୍ଘ ୫ ଦିନ ପରେ ଛତିଶଗଡରୁ ତାଙ୍କ ଶବ ମିଳିବା ପରେ ପରିବାର ଲୋକ ପହଂଚି ସେଠାରେ ଶବ ସତ୍କାର କରିଛନ୍ତି l ସୁଦର୍ଶନଙ୍କ ସେ ଏକମାତ୍ର ପୁତ୍ର ହୋଇଥିବା ବେଳେ ପରିବାର ବେସାହାରା ହୋଇପଡିଛି l ସେପଟେ ଯେଉଁ କମ୍ପାନୀରେ ସେ କାମ କରୁଥିଲେ ସେହି କମ୍ପାନୀ ତାଙ୍କ ପରିବାରକୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ ଦାବୀ ହୋଇଛି l

LEAVE A REPLY

Please enter your comment!
Please enter your name here