ବଣଭୋଜି ଗୋଷ୍ଠୀ ସଂଘର୍ଷ ଘଟଣା,ଫେରାର ଥିବା ୬ ଜଣ ଅଭିଯୁକ୍ତ ଗିରଫ

0
269

ପୋଲସରା: ପୋଲସରା ଥାନା ଅନ୍ତର୍ଗତ ରାଇମାଳ ମନ୍ଦିର ନିକଟରେ ବଣଭୋଜି କୁ ନେଇ ଗୋଷ୍ଠୀ ସଂଘର୍ଷରେ ପୋଲସରା ଥାନା, ମଧୁପଲ୍ଳୀ ଗ୍ରାମର ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ହତ୍ୟାକାଣ୍ଡ ମାମଲାରେ ୧୧ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ବୃନ୍ଦ ଘଟଣା ଦିନ ଠାରୁ ଫେରାର ଥିଲେ । ଉକ୍ତ ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅଭିଯୁକ୍ତ ପୋଲସରା ମିଲସାହିର ଲକ୍ଷ୍ମଣ ଗୌଡ଼, ତୋଫାନ ସାହୁ, ବସନ୍ତ ବେହେରା, ବଘାଡି ଗ୍ରାମର ସନ୍ନ୍ୟାସୀ , ସୁମନ୍ତ ସାହୁ ଓ ମାଳତେନ୍ତୁଳିଆ ଗ୍ରାମର ରାକେଶ କୁ ପୋଲସରା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ପୋଲସରା ଥାନା କେଶ ନଂ ୨୦୯/୨୧ ର ପ୍ରକାରେ ଗିରଫ ହୋଇଥିବା ଛଅ ଜଣ ଫେରାର ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ କୋଦଳା କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here