ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

0
284

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ବ୍ଳକ ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଟିକିରାମ ସାହୁଙ୍କୁ ଚାକିରୀରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କୋଭିଡ ଗାଇଡ ଲାଇନକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ସହକାରୀ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ତରଫରୁ ଏହି ସଭା ଆୟୋଜନ କରାଯାଇଥିଲା । ଏଥିରେ ଡୁମାକୁମ୍ପା ସରପଞ୍ଚ ପ୍ରତିନିଧି ଶିବଶଙ୍କର ପ୍ରଧାନ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧରମୁ ପାତ୍ର,ସି.ଆର୍.ସି.ସି ତ୍ରିନାଥ ବେହେରାଙ୍କ ସମେତ ଖମାରେଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଘୁମୁସର ସଂବାଦର ପ୍ରତିଷ୍ଠାତା ନେତାଜୀ ବିଷୋୟୀ, ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ଓ ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୀ ଚରଣ ନାଇକ ଅତିଥି ରୂପେ ଯୋଗ ଦେଇ ଶ୍ରୀ ସାହୁଙ୍କ ସହ ନିଜର ଅଭିଜ୍ଞତା ବଖାଣିଥିଲେ । ବିଦ୍ୟାଳୟ ତରଫରୁ ମାନପତ୍ର,ଉପଢୌକନ ଦେଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଘୁମୁସର ସମ୍ବାଦ ତରଫରୁ ମଧ୍ୟ ତାଙ୍କୁ ସ୍ବତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ସାସମଲ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଷ୍ଟାଫ ରଶ୍ମି ପ୍ରଭା ସୁଆର,ମାଳତୀ ପଟ୍ଟନାୟକ,ଲିଜା ଗୌଡ,ସୁଚିସ୍ମିତା ପାତ୍ର,ଅଜିତ କୁମାର ଗୌଡ ଓ ମହେଶ୍ବର ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ ।

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here