ପୋଲସରାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ

0
285

ପୋଲସରା : ଜୁଲାଇ ପହିଲା ଦିନ ପୋଲସରା ରେ ବହୁ ପ୍ରତୀକ୍ଷିତ କନିଷ୍ଠ ଦେୱାନି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ କୋଭିଡ୍ କଟକଣା ଯୋଗୁଁ ଭରଚୁଆଲ ମୋଡ୍ରେ ଉଦଘାଟନ ହେବ। କୋଦଳା ସବ୍ ଜଜ ଓ ଅତିରିକ୍ତ ଜିଲ୍ଲା ଜଜଙ୍କ ଉପସ୍ଥିତ ରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୋଲସରା ଅଞ୍ଚଳର ସମସ୍ତ ମାଲିମୋକଦ୍ଦମା ଆଜି ପର୍ଯ୍ୟନ୍ତ କୋଦଳା କୋର୍ଟରେ ହେଉଥିଲା। ପୋଲସରା ଅଞ୍ଚଳର ଓକିଲ ବୃନ୍ଦ ପୋଲସରାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଙ୍କ ଅଦାଲତ ପ୍ରତିଷ୍ଠା କରିବା ପାଇଁ ଦାବି ଓ ଉଦ୍ୟମ କରି ଆସୁଥିଲେ। ଶେଷରେ ଆଇନଜୀବୀ ମାନଙ୍କ ଚେଷ୍ଟା ସଫଳ ହୋଇପାରିଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଯୋଗୁଁ ଗୁରୁବାର ଦିନ ଏଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଙ୍କ ଅଦାଲତ ଉଦଘାଟନ ହେଉଥିବାରୁ ପୋଲସରା ଅଞ୍ଚଳର ସମସ୍ତ ଆଇନଜୀବୀ, ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ଆନନ୍ଦ ପ୍ରକାଶ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here