ଦରଦାମ ବୃଦ୍ଧି ବିରୁଦ୍ଧରେ ସିପିଆଇ ପକ୍ଷରୁ ବିକ୍ଷୋଭ

0
227

ପୋଲସରା : ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଆକାଶ ଛୁଆଁ ହୋଇଥିବା ବେଳ ତାହାର ବିରୁଦ୍ଧରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପୋଲସରା ଆଞ୍ଚଳିକ କମିଟି ପକ୍ଷରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଖିଳ ଭାରତ ଯୁବକ ସଂଘର ରାଜ୍ୟ ସଭାପତି ପ୍ରଦୀପ ସେଠୀ , ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୋଲସରା ଅଞ୍ଚଳ ସମ୍ପାଦକ ଦଣ୍ଡପାଣି ସାମଲ ଓ କ୍ଷେତ ମଜଦୁର ନେତା ହରି ହର ପାତ୍ର ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ରର ଏନଡିଏ ସରକାରଙ୍କ ଗରିବ ମାରଣ ନିତିର ତୀବ୍ର ସମାଲୋଚନା କରିବା ସହିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଳୁ, ପିଆଜ, ତେଲ, ଡାଲି, ରନ୍ଧନ ଗ୍ୟାସ , ପେଟ୍ରୋଲ ଓ ଡିଜେଲ ପ୍ରଭୃତିର ଦରବୃଦ୍ଧିକୁ ରୋକିବାରେ ଅସମର୍ଥ ହୋଇଥିବା ନରେନ୍ଦ୍ର ମୋଦି କ୍ଷମତାରେ ରହିବାର ନୈତିକ ଅଧିକାର ହରାଇଛନ୍ତି ବୋଲି ପ୍ରକାଶ କହିଥିଲେ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦର ନକମିଲେ ଆଗାମୀ ଦିନ ରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଣପତି ସାହୁ, ଦୂର୍ଯ୍ୟୋଧନ ରାଉତ, ରବିନ୍ଦ୍ର ଜେନା, ନଗରବାସି ପ୍ରଧାନ , ତ୍ରିନାଥ ସାମଲ, ସିମା ପାତ୍ର, ନମିତା ମହାପାତ୍ର, ସୁରଭି ବେହେରା, ଖଜା ନାହାକ, ମାଗି ନାହାକ, ଦୁନିଆ ରାଉତ, ରୁନୁ ମହାରଣା, ନମିତା ନାହାକ, ସୁମିତ୍ରା ସ୍ୱାଇଁ, ସୁନ୍ଦରୀ ନାହାକ ଓ ପୁଷ୍ପା ନାହାକ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here