ପୂଜ୍ୟ ପୂଜା ସମିତି ପକ୍ଷରୁ ବୀର ବିପ୍ଲବୀ ଚକରା ବିଶୋଇ ଜୟନ୍ତୀ ପାଳନ

0
214

ବ୍ରହ୍ମପୁର: ସାମ୍ବ ଦଶମୀରେ ଜନ୍ମିତ ବୀର ଚକରା ବିଶୋଇଙ୍କ ଜୟନ୍ତି କୁ ସପ୍ତାହ ବ୍ୟାପି ପାଳନ ଅବସରରେ ଆଜି ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ମୃତି ସଭା ଆୟୋଜିତ ହୋଇଯାଇଛି l ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହା ସଭାରେ ବହୁ ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷ ଆଲୋଚନା କରିଥିଲେ l ମୁଖ୍ୟତଃ 1840ମସିହାରୁ ଚକରା ବିଶୋଇ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ l ସେ ତାଙ୍କ ଦାଦା ଦୋରା ବିଶୋଇଙ୍କ ସଂଗ୍ରାମରେ ବହୁଳ ଭାବେ ଅନୁପ୍ରାଣିତ ହୋଇଥିଲେ ଓ ଘୁମୁସର ରାଜ୍ୟର କନ୍ଧ ବିଦ୍ରୋହକୁ ନେତୃତ୍ୱ ଦେଇଥିଲେ l ଚକରା ବିଶୋଇ ବ୍ରିଟିଶ ଓ ସାମନ୍ତବାଦ ବିରୁଦ୍ଧରେ ଲଢେଇ କରି ଆନ୍ଦୋଳନକୁ କେବଳ ଘୁମୁସର ମଧ୍ୟରେ ନ ରଖି ବଲାଙ୍ଗୀର, ଅନୁଗୁଳ, ଗଜପତି ଆଦି ବହୁ ଅଂଚଳକୁ ବ୍ୟାପକ କରିଥିଲେ l ଭାରତର ସ୍ୱାଧୀନତା ସଂଗ୍ରାମରେ ବଳିଷ୍ଠ ଅବଦାନ ଥିବା ଚକରା ବିଶୋଇ ସବୁବେଳେ ସ୍ମରଣୀୟ ରହିବେ l ଏହି ଅବସରରେ ସମାଜସେବୀ ବଂଶୀଧର ଭୂୟାଁ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ମାନବ ଅଧିକାର ସୁରକ୍ଷା ମଞ୍ଚର ନେତା ମାଗୁଣି ନାହାକ,ସlଲ୍ଲା. କେଶବ ଲିଙ୍ଗମ,ସୁରେନ୍ଦ୍ର ନାଥ ପଣ୍ଡା, ରାମଚନ୍ଦ୍ର ସାହାଣୀ,ଏମ. କୁସୁମ କୁମାରୀ, ସସ୍ମିତା ବେହେରା,ଜଗନ୍ନାଥ ପାଢ଼ୀ, ଏସ.ସlମ୍ବଶିବା ରାଓ,ଗଗନ ଚନ୍ଦ୍ର ମଲ୍ଲିକ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସନ୍ତୋଷ କୁମାର ପାତ୍ର,ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here