ବେଲଗୁଣ୍ଠାର ଗର୍ବ ଶୁଭାଶିଷ୍; ହାଇସ୍କୁଲ୍ ପରୀକ୍ଷାରେ ୫୬୪ ନମ୍ବର୍ ସହିତ ବ୍ଲକ୍ ଟପ୍ପର୍

0
245

ବେଲଗୁଣ୍ଠା: କରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତ ବର୍ଷର ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା କରଯାଇ ପାରିନଥିବା ବେଳେ ଏକ ସ୍ଵତନ୍ତ୍ର ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯାଇ ଗତ 25 ତାରିଖରେ ପରୀକ୍ଷାଫଳ ଘୋଷଣା କରାଯାଇଥିଲା I ଚଳିତ ବର୍ଷର ପରୀକ୍ଷା ଫଳ ବେଲଗୁଣ୍ଠା ବ୍ଳକ୍ ରେ ଉତ୍ସାହଜନକ ରହିଛି I ଚଳିତ ବର୍ଷ ବ୍ଳକ୍ ରେ ପାସ୍ ହାର ବୃଦ୍ଧି ପାଇବା ସହିତ A1 ମାର୍କ୍ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃ୍ଦ୍ଧି ପାଇଛି I ଚଳିତ ବର୍ଷ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ଫଣ୍ଡ ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭାଶିଷ୍ ମହାନ୍ତି ସର୍ବୋଚ୍ଚ 564 ନମ୍ବର୍ ରଖି ବ୍ଲକ୍ ରେ ପ୍ରଥମ ସ୍ଥାନ ହାସଲ କରିପାରିଛନ୍ତି I ଶୁଭାଶିଷର ଏହି ସଫଳତାରେ ଶୁଭାଶିଷଙ୍କ ସମେତ ତାଙ୍କ ବାପା ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ,ମାତା ଶିକ୍ଷୟିତ୍ରୀ କନକ ମଞ୍ଜରୀ ନାୟକ ଏବଂ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଖୁସି ପ୍ରକଟ କରିଛନ୍ତି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଶୁଭାଶିଷର ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉନ୍ନତ ଶିକ୍ଷାଦାନ ପଦ୍ଧତି, ଶୁଭାଶିଷର କଠୋର ପରିଶ୍ରମ ଏବଂ ଶୁଭାଶିଷର ଅଭିଭାବକଙ୍କ ସହଯୋଗକୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି I ପ୍ରକାଶ ଥାଉକି ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟଟି ସମଗ୍ର ଗଞ୍ଜାମ ଜିଲ୍ଲାରେ ଏକ ସୁନାମଧନ୍ୟ ଧନ୍ୟ ବିଦ୍ୟାଳୟ ହୋଇଥିବା ବେଳେ ଶତପ୍ରତିଶତ ହାଇସ୍କୁଲ୍ ପରୀକ୍ଷା ଫଳ ପାଇଁ ଏହା ରାଜ୍ୟ ସରକାରଙ୍କ ଠାରୁ ତିନି ଥର ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ହାସଲ କରିଛି I ଶୁଭାଶିଷ୍ ର ଏହି ସଫଳତା ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ କହିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here