ସୁମଣ୍ଡଳ ଓ ରାହାଡ଼ାରେ ଟୀକା ନେବା ପାଇଁ ଠେଲାପେଲା

0
275

ବେଗୁନିଆପଡ଼ା:ଟିକା ନେବା ପାଇଁ ଠେଲା ପେଲା ଦେଖିବାକୁ ମିଳିଛି । ଆଜି ଟିକା ପାଇଁ ଠେଲାପେଲା ହୋଇଥିବା ଭଳି ସ୍ଥିତି ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଶହ ଶହ ଲୋକ ସାମାଜିକ ଦୁରତାକୁ ଭୁଲିଯାଇ ଲମ୍ବା ଲାଇନରେ ଠିଆ ହୋଇ ରହିଥିଲେ । ପରସ୍ପର ମଧ୍ୟରେ ଠେଲାପେଲା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଲୋକେ ଟୀକା ଦେବା ପାଇଁ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବ୍ୟବସ୍ଥା କରାଯାଇଥିଲା । ବ୍ଲକ ଆଉ ବ୍ଲକ ବାହାରୁ ଶହ ଶହ ପୁରୁଷ, ମହିଳା, ଯୁବକ ଓ ଯୁବତୀ ଟୀକା ନେବା ପାଇଁ ଲମ୍ବା ଲାଇନ ଲଗାଇ ଥିଲେ । ଉପସ୍ଥିତ ଲୋକଙ୍କ ଠାରୁ ଟୀକା କାମ ଥିବା ଜଣ ପଡିବ ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଯାହା ଫଳରେ ଲୋକ ପ୍ରଥମେ ଟୀକା ନେବା ପାଇଁ ହଉଯାଉ ହୋଇ ଭିଡ଼ ଜମାଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ଲୋକ ବୁଝିନଥିଲେ । ଘଟଣା ସମ୍ପର୍କରେ ପୋଲିସ ଅବଗତ ପରେ ଭିଡ ଲୋକଙ୍କୁ ସଚେତନ କରିବା ସହ ଆୟତ୍ତ କରିଥିଲେ । ସେହିପରି ରାହାଡା ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଟୀକା ଦେବା ବେଳେ ଭିଡ଼ ପରିଲିକ୍ଷିତ ହୋଇଛି । ଟୀକା କାମ ଥିବା ବେଳେ ଅଧିକ ସଂଖ୍ୟକ ଲୋକ ଲମ୍ବାଧଡିରେ ଛିଡ଼ା ହୋଇଥିଲେ । ଫଳରେ ତିକ କେନ୍ଦ୍ରରେ ପ୍ରବଳ ଗହଳି ହୋଇଥିଲା । ଘଟଣାସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ପହଁଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ଟୀକା କେନ୍ଦ୍ର ଗୁଡିକରେ ଅଧିକ ଟୀକା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here