ଉପଜିଲ୍ଲାପାଳଙ୍କ କ୍ୟାରେଣ୍ଟାଇନ ସେଣ୍ଟର ପରିଦର୍ଶନ

0
406

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):
ଗୁଜରାଟ ସୁରଟରୁ କୋରନା ପାଇଁ ଶହଶହ ଓଡ଼ିଆ ଶ୍ରମିକ ଭିଟାମାଟିକୁ ନିଜ ହାତରୁ ବସ୍‌ଭଡ଼ା କରି ପ୍ରତିଦିନ ବାହାରୁଛନ୍ତି। ପ୍ରବାସି ଓଡ଼ିଆ ସମାଜର କର୍ମକର୍ତ୍ତାମାନେ ଶ୍ରମିକ ମାନେ କିଭଳି ସୁରକ୍ଷିତ ଭାବେ ଭିଟାମାଟିରେ ପହଞ୍ଚିବେ ସେନେଇ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ ସୁରଟରୁ ଗଞ୍ଜାମ ଜିଲାକୁ ଆସୁଥିବା ବସ୍‌ ଗୁଡ଼ିକୁ ଗଞ୍ଜାମ କନ୍ଧମାଳ ସୀମା ଦୁର୍ଗାପ୍ରସାଦ ଠାରେ ଯାଞ୍ଚ କରାଯାଇ କଡ଼ା ସୁରକ୍ଷା ବଳୟ ମଧ୍ୟରେ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନିଆଯାଉଛି। ଯେତିକି ଲୋକେ ସୁରଟରୁ ଗଞ୍ଜାମ ଜିଲାକୁ ଫେରିବେ ବୋଲି ଆଶା କରାଯାଉଥିଲା ତାଠାରୁ ଅଧିକ ଲୋକ ଆସିବା ସମ୍ଭାବନା ରହିଛି। ତେଣୁ ଅଧିକ କ୍ୱାରାଣ୍ଟାଇନ ସେଣ୍ଟରର ଆବଶ୍ୟକତା ରହିପାରେ। ପ୍ରଶାସନ ପକ୍ଷରୁ ଏନେଇ ଆବଶ୍ୟକ ପ୍ରସ୍ତୁତି ଚାଲିଛି। ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ ଲୋକେ କିଭଳି ସୁରକ୍ଷିତ ଭାବେ ରହିପାରିବେ ସେନେଇ ଘନଘନ ବିଭିନ୍ନ କ୍ୱାରାଣ୍ଟାଇନ କେନ୍ଦ୍ର ପରିଦର୍ଶନ କରୁଛନ୍ତି। ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଦୀନବନ୍ଧୁ ଗୌଡ଼ ଭଞ୍ଜନଗର ସହରରେ ଥିବା ୮ କ୍ୱାରାଣ୍ଟାଇନ କେନ୍ଦ୍ରର ନୋଡ଼ାଲ ଅଫିସର ଭାବରେ ନିଯୁକ୍ତ ଅଛନ୍ତି। ଆସନ୍ତା ୩/୪ ଦିନ ଭିତରେ ସୁରଟରୁ ଶତାଧିକ ପ୍ରବାସି ଓଡ଼ିଆ ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଲକ ଅଭିମୁଖେ ବାହାରିବେ। ଏନେଇ ସମସ୍ତେ ନିଜ ନିଜର ନାମ ପଞ୍ଜିକରଣ କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here