ନବରଙ୍ଗପୁର ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ସଭାପତି ଭାବେ ଭଦେଵ ଗୌଡ଼ ମନୋନୀତ

0
375

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ରା) ଝରିଗାଁ ବ୍ଲକ ର ଜଣେ ଦୃଢ ସଂଗଠନ, ଯୁବ ସାମ୍ବାଦିକ ତଥା ହିନ୍ଦୁ ରାଷ୍ଟ୍ର ବାଦୀ ଭାବେ ପରିଚିତ ଭଦେବ ଗୌଡ଼ ଙ୍କୁ ନବରଙ୍ଗପୁର ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ସଭାପତି ଭାବେ ମନୋନୀତ କରାଯାଇଛି।ସମ୍ଭବତଃ କାଲି ନବରଙ୍ଗପୁର ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ର ପୂର୍ଣ୍ଣାଙ୍ଗ ସମିତି ର ଗଠନ ହୋଇପାରେ। ଯେଉଁ ଭଳି ଭାବେ ଯୁବ ହିନ୍ଦୁ ମହାସଂଘ ରେ ହିନ୍ଦୁ ରାଷ୍ଟ୍ର ବାଦୀ ଯୁବକ ଯୁବତୀ ମାନେ ସାମିଲ ହେଉଛନ୍ତି ଆଗାମୀ ଦିନରେ ଏହାର ପ୍ରଭାବ ଗାଁ ଗାଁ ରେ‌ ପରିଲକ୍ଷିତ ହେବ। ହିନ୍ଦୁ ମହାସଂଘ ରେ ସାମିଲ ହୋଇ ଥିବା ଯୁବକ ମାନଙ୍କୁ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର ଅନୁରୋଧ କରିଛନ୍ତି, ଆଲୋଚନା ଓ ସମାଲୋଚନା କୁ ଭ୍ରୁକ୍ଷେପ ନକରି ଧର୍ମ ରକ୍ଷା ଦିଗରେ ଯୁବ ସମାଜ ଆଗକୁ ଅଗ୍ରସର ହୁଅନ୍ତୁ। ଖୁବ୍ ଶୀଘ୍ର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ କରି ଅନ୍ୟାୟ ଧର୍ମାନ୍ତରୀକରଣ ବିରୁଦ୍ଧରେ ଏବଂ ଅନୁପ୍ରବେଶକାରୀ ମାନଙ୍କୁ ବିରୋଧରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ଦୃଢକ୍ତି ପ୍ରକାଶ କରିଛନ୍ତି। ଭଦେବ ଗୌଡ଼ ଙ୍କୁ କେନ୍ଦ୍ରୀୟ ସଂଯୋଜକ ନରସିଂହ ତ୍ରିପାଠୀ, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା,ଯୁବ ହିନ୍ଦୁ ମହାସଂଘ ପ୍ରମୁଖ କେନ୍ଦ୍ରୀୟ ସମିତି ଲୋକନାଥ ପାଣିଗ୍ରାହୀ, କେନ୍ଦ୍ରୀୟ ପ୍ରବକ୍ତା ଶ୍ରୀ ରାମ ମୁଦୁଲି, ସଂଯୋଜକ ଓଡ଼ିଶା ପ୍ରଦେଶ ବିଭାଗ-୧ ନିଖିଳ ସାହୁ, ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ, ଦକ୍ଷିଣ ଓଡ଼ିଶା ଯୁବ ହିନ୍ଦୁ ମହାସଂଘ ପ୍ରମୁଖ ସ୍ବାଗତୀକା ସାମନ୍ତରାୟ, ଜନଜାତି ହିନ୍ଦୁ ମହାସଂଘ ପ୍ରମୁଖ ବିନୋଦ ସାନ୍ତା , ନବରଙ୍ଗପୁର ଜିଲ୍ଲା ହିନ୍ଦୁ ମହାସଂଘ ସଭାପତି ପେଣ୍ଡରା ପ୍ରସାଦ ନାୟକ, ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ସଂଯୋଜକ ସୁଭେନ୍ଦୁ ସାମନ୍ତରାୟ, ଜିଲ୍ଲା ରାଷ୍ଟ୍ରବାଦୀ କୃଷକ ମହାସଂଘ ସଭାପତି ହିମାଂଶୁ ଶେଖର ବସନ୍ତିଆ, ପାପଡାହାଣ୍ଡି ମହାସଂଘ ପ୍ରମୁଖ ଉମାକାନ୍ତ ବିଷୟୀ, ଗୋବର୍ଦ୍ଧନ ବାବା, ଡାବୁଗାଁ ହିନ୍ଦୁ ମହାସଂଘ ଉପ ସଭାପତି ଘାସିରାମ ମାଝୀ ଏବଂ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।

ରିପୋର୍ଟ୍–ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here