ମ୍ୟାଟ୍ରିକ ପରୀକ୍ଷାରେ ବେଗୁନିଆପଡା ବ୍ଲକରେ ପାସ ହାର ୯୭.୭୭. ୧୮ ଟି ହାଇସ୍କୁଲର ଶତ ପ୍ରତିଶତ ରେଜଲ୍ଟ। ଏ-୧ ସ୍ଥାନରେ ଦୁଇ ଛାତ୍ର

0
285

ବେଗୁନିଆପଡା:ଚଳିତ ବର୍ଷ ପ୍ରକାଶିତ ମ୍ୟାଟ୍ରିକ ରେଜଲ୍ଟରେ ବେଗୁନିଆପଡା ବ୍ଲକରେ ପାସ ହାର ୯୭.୭୭ ରହିଥିବା ବେଳେ ବ୍ଲକର ମୋଟ ୨୬ ଟି ହାଇସ୍କୁଲ ମଧ୍ୟରୁ୧୮ ଟି ହାଇସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଥିବା ବେଳେ ଅନ୍ୟ ୮ ଟି ହାଇସ୍କୁଲରେ ଅଳ୍ପ ପିଲା ଅନୁପସ୍ଥିତ ସହ ଫେଲ ହୋଇଥିବା ଜଣାପଡିଛି। ଚଳିତ ବର୍ଷ କରୋନା ଯୋଗୁଁ ମ୍ୟାଟ୍ରିକ ବୋର୍ଡ ପରୀକ୍ଷା ବାତିଲ ହୋଇଥିବା ବେଳେ ଶ୍ରେଣୀର ଅନ୍ୟ ପୂର୍ବ ପରୀକ୍ଷାର ମାର୍କକୁ ଆକଳନ କରି ପ୍ରତ୍ୟେକ ବିଦ୍ୟାଳୟରୁ ଯାଇଥିବା ଡାଟା ଅନୁଯାୟୀ ମ୍ୟାଟ୍ରିକ ବୋର୍ଡ କର୍ତ୍ତୃପକ୍ଷ ପରୀକ୍ଷା ଫଳ ପ୍ରକାଶନ କରିଥିଲେ। ବେଗୁନିଆପଡା ବ୍ଲକର ଚଳିତ ବର୍ଷ ୨୧୫୭ ଜଣ ପାରିକ୍ଷାର୍ଥୀଙ୍କ ରେଜଲ୍ଟ ପ୍ରକାଶିତ ହୋଇଥିବା ବେଳେ ସେଥି ମଧ୍ୟରୁ ୨୧୦୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଅନ୍ୟ ୪୮ ଜଣଙ୍କ ମଧ୍ୟରୁ ୩୭ ଜଣ ଫେଲ ହୋଇଥିବା ବେଳେ ୧୧ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିବାର ଜଣାପଡ଼ିଛି। ବ୍ଲକର ସଂସ୍କୃତ ଟୋଲ କୁ ଛାଡି ୨୬ ଟି ହାଇସ୍କୁଲ ମଧ୍ୟରୁ ଚିଙ୍ଗୁଡ଼ିଖୋଲ ହାଇସ୍କୁଲ,ଅଂଗରଗାଁ ସ୍ଥିତ ଡି ଏସ ହାଇସ୍କୁଲ , ମୁଣ୍ଡୁଳା ସ୍ଥିତ ରତ୍ନା ହାଇସ୍କୁଲ, ସ।ତନଳ ସ୍ଥିତ ଉନ୍ନୀତ ହାଇସ୍କୁଲ ଓ କୁମୁଦିନୀ ବିଦ୍ୟାପୀଠ, ଦିଗପଡା ସ୍ଥିତ ଲଂଗଲେଶ୍ୱର ହାଇସ୍କୁଲ, ବିରିବ।ଟିଆ ଉନ୍ନୀତ ହାଇସ୍କୁଲ, କେ ବରିଡା ସ୍ଥିତ ଅମରେଶ୍ୱର ହାଇସ୍କୁଲ, ବେଗୁନିଆପଡା ସ୍ଥିତ କାଣ୍ଟା ବାଳିକା ହାଇସ୍କୁଲ, ଛଚିନା ସ୍ଥିତ ରାଧାକୃଷ୍ଣ ହାଇସ୍କୁଲ, ବଡ ଖଇରଖମା ହାଇସ୍କୁଲ, ଶାଙ୍କୁଡା ସ୍ଥିତ ଧବଳେଶ୍ବର ବିଦ୍ୟାପୀଠ, କୋଦଳା ବାଳିକା ହାଇସ୍କୁଲ ଓ ସ୍ଵର୍ଣମୟୀ ହାଇସ୍କୁଲ, କାଳିମେଘି ଜାଗିଲିପଦର ହାଇସ୍କୁଲ, କୁମାରିପାରି ହାଇସ୍କୁଲ,ପାଇକପଡା ସ୍ଥିତ ବଟେଶ୍ୱର ହାଇସ୍କୁଲ ଓ ବୁରୁଝରି ସ୍ଥିତ ବଲ୍ଲଭ ନାୟକ ହାଇସ୍କୁଲ ରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବ୍ଲକର ଦିଗପଡା ସ୍ଥିତ ଲଂଗଲେଶ୍ୱର ହାଇସ୍କୁଲର ଛାତ୍ର ସତ୍ୟଜିତ ପାତ୍ର ଓ କାଲିମେଘି ଜାଗିଲିପଦର ହାଇସ୍କୁଲର ଛାତ୍ର ଚନ୍ଦନ କୁମାର ସାହୁ ଏ-୧ ଗ୍ରେଡ ରେ କୃତକାର୍ଯ୍ୟ ହୋଇଛନ୍ତି।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here