ଗାନ୍ଧୀ ଜୟନ୍ତୀ ଅବସରରେ ବ୍ରହ୍ମପୁର ବିଜେପି ପକ୍ଷରୁ ବେଳା ଭୂମି ସଫେଇ କାର୍ଯ୍ୟକ୍ରମ

0
347

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ। ଏହି ଅବସରରେ ବ୍ରହ୍ମପୁର ବିଜେପି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ନଗର ଛକ ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ ବାହାଦୂର ଶାସ୍ତ୍ରୀ ଙ୍କ ସ୍ମୃତି ଚାରଣ କରାଯାଇଥିଲା। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଆହ୍ୱାନ କ୍ରମେ ଗୋପାଳପୁର ବେଳାଭୂମି ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇ ବିଜେପି କର୍ମକର୍ତା ମାନେ ବେଳାଭୂମି ସଫେଇ କରିଥିଲେ। ଏଥିସହ ବେଳାଭୂମି ପରିସରରେ ପର୍ଯ୍ୟଟକଙ୍କ ପାଇଁ ଏକ ଅସ୍ଥାୟୀ ଶୌଚାଳୟର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ବେଳାଭୂମି ପରିସରରକୁ ସ୍ୱଚ୍ଛ ଓ ନିର୍ମଳ ରଖିଲେ ବହୁ ପର୍ଯ୍ୟଟକ ଏହି ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହୋଇ ଆସିବେ ବୋଲି ବ୍ରହ୍ମପୁର ବିଜେପିର ବରିଷ୍ଠ ନେତା ତଥା ବିଧାନ ସଭା ପ୍ରାର୍ଥୀ କାହ୍ନୁ ଚରଣ ପତି ମତ ରଖିଥିଲେ।

LEAVE A REPLY

Please enter your comment!
Please enter your name here