ଭାଙ୍ଗ ବୋଝେଇ ବୋଲେରୋ ଜବତ; ଡ୍ରାଇଭର ଗିରଫ

0
273

ବେଲଗୁଣ୍ଠା: ଗୁରୁବାର ଦିନ ଗାଙ୍ଗପୁର ପୋଲିସ୍ ଏକ ଭାଙ୍ଗ ବୋଝେଇ ବୋଲେରୋକୁ ଜବତ କରିବା ସହିତ ବୋଲେରୋ ଚାଳକକୁ ଗିରଫ କରିବାରେ ସକ୍ଷମ ହୋଇଛି I ସୂଚନା ପ୍ରକାରେ ଗୁରୁବାର ସନ୍ଧ୍ୟା ସମୟରେ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ନାହାଡା ଏବଂ କେନ୍ଦୁପଦର ମଝିରେ ରାତ୍ରି 8 ଘଣ୍ଟା 30 ମିନଟ୍ ସମୟରେ ବଡ଼ ନଦୀ ଶଙ୍ଖ ଠାରେ ଭାଙ୍ଗ ବୋଝେଇ ହୋଇଥିବା OD-25G-4702 ନମ୍ବର୍ ବିଶିଷ୍ଟ ଏକ ଧଳା ରଙ୍ଗର ପିକ୍ ଅପ୍ ବୋଲେରୋକୁ ଜବତ କରି ସେଥିରେ ଚାଲାଣ ହେଉଥିବା 799 କେଜି ଭାଙ୍ଗକୁ ମଧ୍ଯ ଜବତ କରିଥିଲା I ଏହା ସହିତ ବୋଲେରୋ ଡ୍ରାଇଭରକୁ ମଧ୍ଯ ପୋଲିସ୍ ଗିରଫ କରି ଥାନାକୁ ଆଣିଥିଲା I ଭାଙ୍ଗ ଜବତ ଘଟଣାକୁ ନେଇ ଗାଙ୍ଗପୁର ଥାନାରେ ଓଡ଼ିଶା ଅବକାରୀ ଆକ୍ଟ୍ 52(a)(1)/55 ଧାରା ଅନୁଯାୟୀ କେଶ୍ ନମ୍ବର୍ 270/21 ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କଥା ଥାନା ଅଧିକାରୀ ଧୀରେଶ କୁମାର ଦାଶ ପ୍ରକାଶ କରିଛନ୍ତି

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here