ବେଆଇନ ଗୋରୁ ଶାଳ ଉଛେଦ କରିବା ସହ ରାସ୍ତା ନିର୍ମାଣ କରିବା ପାଇଁ ଦାବିପତ୍ର

0
365

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ପୌରାଞ୍ଚଳର ଇଚ୍ଛାବତିଗୁଡ଼ା ସ୍ଥିତ ସାହି ବାସିନ୍ଦା ରାସ୍ତାରେ ବେଆଇନ ଗୋରୁ ଶାଳ ଉଚ୍ଛେଦ କରିବା ସହ ରାସ୍ତା ନିର୍ମାଣ କରିବା ନେଇ ଏକ ଦାବିପତ୍ର ପୌର ନିର୍ବାହୀ ଅଧିକାର ଗୌର ଚନ୍ଦ୍ର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି । ଦାବି ପତ୍ର ଅନୁଯାୟୀ ଆଜିକୁ ପ୍ରାୟ ୩୦ ବର୍ଷ ପୂର୍ବେ ଜମି ମାଲିକାଣୀ ସ୍ବର୍ଗତ ପାର୍ବତୀ ଦୋରା ମୋଟ ୧ ଏକର ୨୮ ସେଣ୍ଟ ଜମିକୁ ପ୍ଲୋଟିଂ କରି ବିକ୍ରୀ କରିଥିଲେ । ସେଥିରୁ ଲୋକମାନଙ୍କ ଯାତାୟତ କରିବା ପାଇଁ ଖାତା ନଂ ୪୭୭/୩୫୬ , ପ୍ଲଟ ନମ୍ବର ୭୧୦ ରୁ ୧୮ ଫୁଟ , ୧୫ ଫୁଟ , ୧୨ ଫୁଟ ଓ ୨୩ ଫୁଟ ଓସାରିଆ ଲିଙ୍କ ରାସ୍ତା ଛଡାଯାଇଥିଲା ଚାରିଟି ଲିଙ୍କ ରୋଡ ମଧ୍ୟରୁ ତିନୋଟି ପୌରପଳିକା ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ଜୟନ୍ତୀ ଗନ୍ତାୟତଙ୍କ ଖାଲି ଜାଗାକୁ ଲାଗି ୨୩ ଫୁଟ ଓସାରିଆ ଲିଙ୍କ ରୋଡ ବ୍ୟବହାର ନ ହୋଇ ପଡ଼ିରହିଛି । ସାହି ବାସିନ୍ଦାଙ୍କ ନିକଟରେ ଥିବା ଏକ ଲିଙ୍କ ରୋଡ ଦେଇ ଲୋକେ ଯାତାୟାତ କରୁଥିଲେ । ଉକ୍ତ ରାସ୍ତା ଦେଇ ସ୍କୁଲ , ଟିଉସନ ଛାତ୍ର ଛାତ୍ରୀ , ସାହି ବାସିନ୍ଦା ଓ ଇଛାବତିଗୁଡାର ଶହ ଶହ ଲୋକ ପ୍ରତିଦିନ ଯାତାୟାତ କରୁଥିଲେ । କିନ୍ତୁ କିଛି ମାସ ହେବ ଲିଙ୍କ ରୋଡ ପାଖ ଥିବା ଘର ମାଲିକ ଏହି ଲିଙ୍କ ରୋଡକୁ ବନ୍ଦ କରିଦେବା ସହ ଏକ ଗାତ ଖୋଳି ରାସ୍ତା ଅବରୋଧ କରିଛି । ଯଦ୍ୱାରା ସାହିର ସ୍କୁଲ ଛାତ୍ର ଛାତ୍ରୀ ଓ ସାହି ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଫରେ ଛଡାଯାଇଥିବା ୨୩ ଫୁଟ ଓସାରିଆ ଖାଲି ଜାଗାକୁ ରାସ୍ତା ରୂପେ ବ୍ୟବହାର କରିବା ପାଇଁ ସାହି ବାସିନ୍ଦା ମିଳିମିଶି ଚାନ୍ଦା ଆଦାୟ କରି ଖାଲି ଥିବା ସ୍ଥଳରେ ମାଟି ପକାଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିବାରେ ଲାଗିଛନ୍ତି ।
କିନ୍ତୁ ଉକ୍ତ ରାସ୍ତାରେ ଶ୍ରୀଧର ସାହୁ ନାମକ ବ୍ୟକ୍ତି ଗୋରୁ ଶାଳ ନିର୍ମାଣ କରି ରାସ୍ତାଟିକୁ ଅବରୋଧ କରିଛନ୍ତି । ଯଦ୍ୱାରା ଏହି ରାସ୍ତା ଦେଇ ଗାଡ଼ି ,ମୋଟର ଓ ଲୋକେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ସର୍ବସାଧାରଣଙ୍କ ନିମନ୍ତେ ମେଫରେ ଛଡ଼ାଯାଇଥିବା ୨୩ ଫୁଟ ରାସ୍ତାରେ ବେଆଇନ ଭାବେ ଅସ୍ଥାୟୀ ଗୋରୁଶାଳ ଉଠାଇବା ସହ ପୌରପାଳିକା ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ସାହି ବାସିନ୍ଦା ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ କାଉନସିଲର ସୁଧୀର ମହାପାତ୍ର , ଏ .ସତିଶ, ସତ୍ୟନାରାୟଣ ସାହୁ , ରବୀନ୍ଦ୍ର କୁମାର ସାହୁ , ସୁବାସ ଚନ୍ଦ୍ର ସାହୁ , ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ୍- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here