ସୁରାଟରେ ଓଡ଼ିଆ ସମାଜସେବୀଙ୍କ ବିୟୋଗରେ ଶୋକସଭା

0
386

ବୁଗୁଡା: ସୁରାଟ ମହାନଗର ନିଗମରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ପ୍ରବାସୀ ଓଡିଆ ରହିଥିବା ବେଳେ ସେମାନଙ୍କ ଉନ୍ନତୀ ଓ ସୁରକ୍ଷା ପାଇଁ ଗଠନ ହୋଇଛି “ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ , ସୁରତ” । ସେହି ପ୍ରବାସୀ ଓଡ଼ିଆ ସମାଜ ର ବରିଷ୍ଠ ସମାଜସେବୀ ସ୍ୱର୍ଗତ ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ବିୟୋଗରେ ସୁରାଟ, ଜଗନ୍ନାଥ ନଗର, ସମୀର ହସପିଟାଲ ସମ୍ମୁଖରେ ଥିବା ସାହାରାଦର୍ବଜା ପରିସରରେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ୧୯୮୪ ମସିହାରୁ ସ୍ବର୍ଗତ ଶ୍ରୀ ଗନ୍ତାୟତ ପ୍ରବାସୀ ଓଡ଼ିଆଙ୍କ ସେବାରେ ନିୟୋଜିତ ଥିଲେ। ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ଏହି ଶୋକସଭାରେ ପ୍ରଥମେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା ହୋଇଥିଲା। ପରେ ସ୍ବର୍ଗତ ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଓ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଭାପତି ଶ୍ରୀ ସାହୁଙ୍କ ସମେତ ଜୟରାମ ଦଳେଇ, କମଳ ଲୋଚନ ବେହେରା , ଅରୁଣ ନାୟକ, ରଞ୍ଜନ ଗୌଡ଼, ଅଜୟ ବିଶ୍ୱାଳ, ବିଜୟ ପରିଡା, ସରୋଜ ଭାଇ, ମନୋଜ ଭାଇ, ଶଙ୍କର ଭାଇ ପ୍ରମୁଖ ଓ ମହିଳା ମଣ୍ଡଳୀର ସଦସ୍ୟା ବୃନ୍ଦ ଯୋଗଦେଇ ସ୍ୱର୍ଗତ ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ କର୍ମମୟ ଜୀବନର ସେବାକୁ ମନେପକାଇ ଗୁଣଗାନ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here