ଅନ୍ୟ ଜାତିର ଝିଅକୁ ବାହା ହୋଇ ଗଲା ବୋଲି ମାଁ ର ଆତ୍ମହତ୍ୟା

0
881

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ପୁଅ ଟି ଅନ୍ୟ ଏକ ଜାତି ର ଝିଅ କୁ ବାହା ହେଇ ଗୋଲା ବୋଲି ମା ର ଆତ୍ମ ହତ୍ୟା କରିଦେଇଥିବା ପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଦେଖିବା କୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ରାଇଘର ନିକଟସ୍ଥ ଭା ର ଶୁ ଣ୍ଡି ଗ୍ରାମ ର ଶୋଭ। ମା ଲି ନିକଟସ୍ଥ ସୋନପୁର ଗ୍ରାମ ର ଦୁଲାଲ ମାଲି ଙ୍କ ସହ ବହୁ ବର୍ଷ ତଳେ ବିବାହ କରିଥିଲେ। ଏମାନଙ୍କ ୨ ପୁଅ ଓ ୨ ଝିଅ ମଧ୍ୟ ଜନ୍ମ ହୋଇଥିଲେ। ୨ ଝିଅ ମଧ୍ୟ ବିବାହ କରିସାରିଛନ୍ତି।
ତେବେ ଗୋତ ବର୍ଷ ଶୋଭା ଙ୍କ ର ବଡ଼ ପୁଅ ଅନ୍ୟ ଏକ ଜାତି ର ଝିଅ କୁ ବିବାହ କରି ଅନ୍ୟତ୍ର ରହୁଥିଲେ। କିନ୍ତୁ ମା ଶୋଭା ମାଳି ଏଥିରେ ଘୋର ଆସୋନ୍ତଷ ପ୍ରକଟ କରି ମନ ବିସ୍ଥାପ ରେ ଥିଲେ ଓ ବରସେ ହେଲା ସେ ସୋନପୁର ଘରେ ନ ରହି ସମର୍କିୟ ଙ୍କ ଘରେ ରହି ଆସୁଥିଲେ। ଗତ ୩ ମାସ ହେଲା ଉମରକୋଟ ଡି ଏନ୍ କେ ରେ ରହୁଥିବା ଭାଇ ଙ୍କ ଘରେ ରହୁଥିଲେ। ତେବେ କାଲି ମୁ ଭା ର ସୁଣ୍ଡି ଗ୍ରାମ କୁ ଯିବି ବୋଲି ଭାଇ ଙ୍କ ଘରେ କହିଥିଲେ। ତେବେ ଭାଇ ଙ୍କ ପୁଅ ଲୋକ ଡାଉନ୍ ଥିବା ଯୋଗୁ ବସ ନ ଚାଲୁଥିବା ରୁ ଅଟୋ ଭ ଡ଼। କରିଦେବି ଯାଅ ବୋଲି କହିଥିଲେ କିନ୍ତୁ ପିଉସୀ ଶୋଭା କହିଥିଲେ ନା ମୁ ପିଉସା ଙ୍କୁ ଫୋନ କରିଛି ସେ ବାଇକ ନେଇ ଉମରକୋଟ ଆସିବେ ତାଙ୍କ ସହ ଯିବି ବୋଲି କହି ଘରୁ ଚାଲି ଚାଲି ବହାରିପଡିଥିଲେ। ଘର ଲୋକ ମଧ୍ୟ ଭାବିଲେ ସେ ଭାରଶୁଣ୍ଡି ଯାଇଥିବେ। କିନ୍ତୁ ଆଜି ଖବର ଆସିଲା ଉମରକୋଟ ଠାରୁ ମାତ୍ର ୧ କିଲୋମିଟର ଦୂର ରେ ଥିବା ୧ ନ ୱାର୍ଡ ରେ ଆସୁଥିବା ଦର୍ଗ। ଗୁଡା ଗ୍ରାମ ରେ ଶୋଭା ମାଳି ଏକ ନିମ୍ବ ଗଛରେ । ନିଜେ ଗୁଡେଇ ଥିବା ସ୍କାର୍ପ ରେ ବେକରେ ଭିଡ଼ି ଆତ୍ମ ହତ୍ୟା କରିଥିଲେ। ଖବର ପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବ କୁ ଉମରକୋଟ ହସ୍ପିଟାଲ୍ ଆଣି ବ୍ୟବଚ୍ଛେଦ କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛନ୍ତି। ମୃତ୍ୟୁ ବେଳକୁ ଶୁଭ ମାଳି ଙ୍କ ର ପ୍ରାୟ ୫୫ ବର୍ଷ ହେଇଥିବା ଅନୁମାନ କରାଯାଉଛି। ଉମରକୋଟ ଥାନା ର ଏସ ଆଇ କୁଳ ଭୂଷଣ ନାୟକ ତଦନ୍ତ କରି ଅଫିସର ଭାବେ ଘଟଣା ର ଅଧିକ ତଦନ୍ତ ଜାରି ରଖିଛନ୍ତି।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here