ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ: ସ୍ଥାନାନ୍ତରିତ ଦାବୀରେ ରାସ୍ତାରୋକ ଆନ୍ଦୋଳନ

0
242

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତ ଜନବସତି ନିକଟରେ ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ କରିଛନ୍ତି ପଞ୍ଚାୟତ ବାସିନ୍ଦା l ପ୍ରକାଶ ଯେ, ନୂତନ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଦାବୀରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଖ୍ରୀଷ୍ଟିଆନ ସାହି ନାରୀ ସଂଘ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ସକାଳ ୬ ଟା ରୁ ଅପରାହ୍ନ ୧୨ ଘଣ୍ଟ ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ରାସ୍ତାରୋକ ଆନ୍ଦୋଳନ କରିବା ଫଳରେ ବାଲିଗୁଡ଼ା-ଲଣ୍ଡାଗାଁ-ସୋନପୁର ମଧ୍ୟରେ ଯାତାୟାତ ଠପ୍‌ ହୋଇଯାଇଛି । ସୂଚନା ପ୍ରକାରେ ଜନବସତି ସ୍ଥାନରେ ନୂତନ ଭାବେ ହୋଇଥିବା ସରକାରୀ ବିଦେଶୀ ମଦ ଦୋକାନ ଖୋଲିବା ପରେ ସେହି ଅଞ୍ଚଳରେ ମଦ୍ୟପଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ଦୃତ ଗତିରେ ବଢ଼ି ଚାଲିଛି । ସେହି ରାସ୍ତା ଦେଇ ଯାଉଥିବା ଝିଅ ବୋହୂଙ୍କୁ ମଦ୍ୟପମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ମାନେ ପୂର୍ବରୁ ଲିଖିତ ଭାବେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଯାବତ୍‌ କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ ଏହି ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ । ସେପଟେ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ଉତ୍ତ୍ୟକ୍ତ ଅଞ୍ଚଳ ବାସୀଙ୍କୁ ସମାଧାନର ପନ୍ଥା ବାହାର କରିବା ପାଇଁ ପ୍ରତିଶୃତି ଦେବାରୁ ଆନ୍ଦୋଳନ ହଟିଥିଲା ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here