ଜମିଜାଗାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା

0
337

ଭଞ୍ଜନଗର:ତାରାସିଂଙ୍ଗି ଥାନା ଅଧିନ ଶାଳୁଆପଲ୍ଲୀ ଗ୍ରାମରେ ଜମିଜମା କନ୍ଦଳ କୁ ନେଇ ଜଣେ ବୃଦ୍ଧ ଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଜଗନ୍ନାଥ ବେହେରା (70) Iଏ ନେଇ ମୃତକ ଙ୍କ ପୁଅ ମଙ୍ଗଳବାର ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ ୧୪୯/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ଙ୍କ ସୂଚନା ପ୍ରକାରେ ଗତ 20 ତାରିଖ ଅପରାହ୍ନ ସମୟରେ ପଡୋଶୀ ଜମି ଜାଗା କୁ କେନ୍ଦ୍ର କରି ଜମିର ଚାଲିଆ ବାଡ଼କୁ ନେଇ ଜଗନ୍ନାଥ ବେହେରା ଓ ପଡୋଶୀ ଶ୍ରୀନିବାସ ଗୌଡ଼ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା I ଶ୍ରୀନିବାସ ଗୌଡ଼, ବାବୁଲା ଗୌଡ଼ ଓ ତାର ଦୁଇ ଭଣଜା ଉତକ୍ଷିପ୍ତ ହୋଇ ଏକକାଠ ଫାଳିଆ ରେ ଜଗନ୍ନାଥ ମୁଣ୍ଡକୁ ଆଘାତ କରିଥିଲେ । ବାପା କୁ ବଞ୍ଚାଇବାକୁ ଯାଇ ପୁଅ ସନ୍ୟାସୀ ବି ମାଡ଼ ରୁ ବାଦ ପଡ଼ିନଥିଲେ I ଉଭୟ ଙ୍କୁ ଗୁରୁତର ଅବସ୍ଥା ରେ ପରିବାର ଲୋକେ ପ୍ରଥମେ ଜଗନ୍ନାଥ ପ୍ରସାଦ ମେଡିକାଲ ରେ ଭର୍ତ୍ତି କରାଇଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଉକ୍ତ ରାତ୍ରିରେ ଜଗନ୍ନାଥ ଙ୍କ ମୃତ୍ୟୁ ହୋଇ ଥିବା ବେଳେ ପୁଅ ସନ୍ୟାସୀ ଅବସ୍ଥା ଗୁରୁତର ଥିବା ପରିବାର ପକ୍ଷରୁ କୁହାଯାଇଛି I ଏ ନେଇ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ଜଗନ୍ନାଥଙ୍କ ମୃତ ଶରୀର କୁ ଜବତ କରି ବ୍ୟବଛେଦ କରାଇଥିଲା। ପରେ ଗାଁ କୁ ଅନ୍ତିମ ସଂସ୍କାର ପାଇଁ ଅଣାଯାଇଥିଲା । ଭଞ୍ଜନଗର ଏସ ଡି ପି ଓ ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କ ନିର୍ଦେଶ ରେ ଘଟଣା ସ୍ଥଳ ରେ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ପହଂଚି ତଦନ୍ତ ଚଳାଇଛନ୍ତି I

ରିପୋର୍ଟ/ ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here