ବ୍ଳକ୍ ସ୍ତରୀୟ ଦକ୍ଷତା ଅଭିବୃଦ୍ଧି ତାଲିମ୍ ଶିବିର

0
260

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପ୍ରାଣୀ ଚିକିତ୍ସାଳୟ ପରିସରରେ କୁକୁଡ଼ା ପାଳନ ବିଷୟରେ ଏକ ପାଞ୍ଚ ଦିନିଆ ବ୍ଳକ୍ ସ୍ତରୀୟ ଦକ୍ଷତା ଅଭିବୃଦ୍ଧି ତାଲିମ୍ ଶିବିର ଉଦ୍‌ଘାଟିତ ହୋଇଯାଇଛି I ଗତ ଫେବୃୟାରୀ 19 ତାରିଖରେ ଉଦ୍ଘାଟିତ ହୋଇଥିବା ଏହି ଶିବିର ଆସନ୍ତା 23 ତାରିଖରେ ଉଦଯାପିତ ହେବାକୁ ଥିବା ବେଳେ ଏହି ତାଲିମ୍ ଶିବିରରେ ଆଡ଼ଭୋକେଟ ଡକ୍ଟର୍ ମଧୁସୂଦନ ସୁବୁଦ୍ଧି, ଭଞ୍ଜନଗର ଭାରପ୍ରାପ୍ତ ଡିପିଏଫ ଡକ୍ଟର୍ ତରୁଣେନ୍ଦୁ ପାତ୍ର, ବେଲଗୁଣ୍ଠା ବିଭିଓ ଡକ୍ଟର୍ କାର୍ତ୍ତିକ ସାହୁ, ଭଞ୍ଜନଗର ବିଭିଓ ଡକ୍ଟର୍ ନିଶିକାନ୍ତ ବଳ, ଭଞ୍ଜନଗର ଏଭିଏଏସ୍ ଡକ୍ଟର୍ ଶୁଭ୍ରାଂଶୁ ପଟ୍ଟନାୟକ, ବେଲଗୁଣ୍ଠା ଏଭିଏଏସ୍ ଏମଭିୟୁ ଡକ୍ଟର୍ ରାକେଶ କୁମାର ପତି, ତାରସିଂ ଭିଏଏସ୍ ଡକ୍ଟର୍ ବିଜୟିନୀ ପଣ୍ଡା ଏବଂ ଗାଙ୍ଗପୁର ଭିଏଏସ୍ ଡକ୍ଟର୍ ମନସ୍ୱୀନୀ ମଣ୍ଡଳ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗ ଦେଇ କୃଷକ ମାନଙ୍କୁ କୁକୁଡା ପାଳନର ଊନ୍ନତ ପଦ୍ଧତି ଏବଂ ଏହାର ଉପାଦେୟତା ବିଷୟରେ ତାଲିମ ପ୍ରଦାନ କରୁଛନ୍ତି I ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଶିକ୍ଷକ ପ୍ରଶିକ୍ଷାର୍ଥୀ ମାନେ ଭଞ୍ଜନଗର ଜିଲ୍ଲା ପଲ୍ଲୁଟ୍ରି ଫାର୍ମ୍ ଏବଂ ବେଲଗୁଣ୍ଠା ବ୍ଳକ୍ ର ପାଲକଷଣ୍ଢା ରୁକ୍ମିଣୀ ଲେୟର୍ ଫାର୍ମ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି I ଏହି ତାଲିମ୍ ଶିବିରରେ ଆମ୍ବପୁଆ, କୋକଲୁଣ୍ଡା, ଜିଲିବା, ପଥରା ପଲ୍ଲୀ ଏବଂ ଉଢୁରା ଗ୍ରାମରୁ 30 ଜଣ ଚାଷୀ ଯୋଗ ଦେଇ ତାଲିମ୍ ଗ୍ରହଣ କରୁଛନ୍ତି I

LEAVE A REPLY

Please enter your comment!
Please enter your name here