ବାଇକ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ,ଉଦ୍ଧାର କଲା ୧୦୮ ଓ ଅଗ୍ନିଶମ ବିଭାଗ

0
533

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବିଜାପୁର ନିକଟରେ ବାଇକ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଦୁଇ ବାଇକ୍ ଚାଳକ ଛିଟିକି ପଡ଼ିଥିଲେ। ଖବର ପାଇ ୧୦୮ ଗାଡି ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଡାବୁଗାଁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସୂଚନା ଅନୁଯାୟୀ ସନ୍ଧ୍ୟା ୭ ଘଣ୍ଟା ସମୟରେ ପୁଜାରୀ ଗୁଡ଼ା ର ଧନୁର୍ଜୟ ଭତ୍ରା (୨୮) ଓ ଚଲାନ ଗୁଡା ଗ୍ରାମ ର ସନପତ୍ ହରିଜନ (୨୬) ଦୁହେଁ ବାଇକ୍ ସହ ଦୃତଗତି ରେ ଆସୁଥିବା ସମୟରେ ଆଉ ଗୋଟିଏ ବାଇକ୍ ରେ ଥିବା ଝରିଗାଁ ବ୍ଳକର ଡଙ୍ଗରୀ ଗୁଡ଼ା ପଂଚାୟତ କଫ୍ସାକୁଟ୍ରିରୀ ଗ୍ରାମ ର ଭଗବାନ ସମରଥ (୪୮)ର ମୁହାଁମୁହିଁ ଧକ୍କା ହୋଇଥିଲା । ଏମାନଙ୍କୁ ଡାବୁଗାଁ ମେଡିକାଲ ରେ ଚିକିତ୍ସା କରାଯାଉଛି। ଏମାନଙ୍କ ଭିତରେ ଭଗବାନ ସମରଥ ଓ ଧନୁର୍ଜୟ ଭତ୍ରା ଏହି ୨ଜଣଙ୍କ ଗୃ ଗୋଡ଼ ଭାଙ୍ଗି ଯାଇଛି ଏହି ୨ଜଣଙ୍କ ସ୍ଵାସ୍ଥ୍ୟ ଗୁରୁତ୍ବର ଥିବାରୁ ଏହି ୨ ଜଣଙ୍କୁ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଦୁଇଟି ବାଇକ୍ ଗାଡି ନଂOD24 f 5771 ଓ ଗାଡି ନଂ,OD10 p 2625 କୁ ଜବତ କରିଛି।

ରିପୋର୍ଟ୍-ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here