ବୁଦ୍ଧ ଙ୍କ ପ୍ରତିମୂର୍ତ୍ତିର ରକ୍ଷଣlବେକ୍ଷଣ କରାଯାଉ :*ପୂଜ୍ୟ ପୂଜା ସମିତି

0
230

ବ୍ରହ୍ମପୁର: ସ୍ଥାନୀୟ ବିଜିପୁର ଟ୍ୟାଙ୍କ ରୋଡ ପାର୍ଶ୍ୱରେ ଥିବା ଗୌତମ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତିକୁ ରକ୍ଷଣାବେକ୍ଷଣ ପାଇଁ ଦାବି କରିଛି ସ୍ଥାନୀୟ ସାଂସ୍କୃତିକ ସଂଗଠନ ପୂଜ୍ୟ ପୂଜା ସମିତି l ଏଥିନିମନ୍ତେ ଆଜି ସମିତି କତୃପକ୍ଷ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ଭାରତର ବର୍ଣ ବ୍ୟବସ୍ଥା ବିରୁଦ୍ଧରେ ବୁଦ୍ଧ ବୌଦ୍ଧିକ ଲଢେଇ କରିବାସହ ଇହଜନ୍ମ ପରଜନ୍ମ, ଜନ୍ମ ମୃତ୍ୟୁ, ଆତ୍ମା ପରମାତ୍ମା ଆଦି ରହସ୍ୟକୁ ଜାଣିବାପାଇଁ ସତ୍ୟ ର ଅନୁଗାମୀ ହେବାପାଇଁ ବୁଦ୍ଧ ପରାମର୍ଶ ଦେଇଛନ୍ତି l କୌଣସି ବିଷୟକୁ ଅନ୍ଧ ଭାବେ ଗ୍ରହଣ ନକରି ବିଜ୍ଞାନର କଷଟି ପଥରରେ ତାକୁ ପରୀକ୍ଷା କରିବାକୁ ବୁଦ୍ଧ ପରାମର୍ଶ ଦେଇଛନ୍ତି l ଏଣୁ ତତ୍କାଳୀନ ସମୟରେ ଅନ୍ଧ ବିଶ୍ୱାସ, କୁସଂସ୍କାର, ରୂଢିବାଦୀ ଚିନ୍ତା ବିରୁଦ୍ଧରେ ଏକ ବୈଜ୍ଞାନିକ ଚିନ୍ତା ଚେତନାକୁ ଗଢି ତୋଳିବା ଭଳି ପ୍ରୟାସ ପାଇଁ ବୁଦ୍ଧ ଚିର ନମସ୍ୟ l କିନ୍ତୁ, ବୁଦ୍ଧଙ୍କ ମହାନତାକୁ ବିଏମସି କତୃପକ୍ଷ ଭୁଲିଯିବା ଜନ ମହଲରେ ନୈରାଶ୍ୟ ସୃଷ୍ଟି କରିଛି l ଦୀର୍ଘ ଦିନରୁ ବିଜିପୁର ପୋଖରୀ ପାର୍ଶ୍ଵ ରାସ୍ତାରେ ବହୁ ଅପରିଷ୍କାର ପରିବେଶ ମଧ୍ୟରେ ଗୌତମ ବୁଦ୍ଧ ଙ୍କ ଏହି ପ୍ରତିମୂର୍ତ୍ତିଟି ପରିତ୍ୟକ୍ତ ଅବସ୍ଥାରେ ରହିଅଛି l ସ୍ଥାନୀୟ କିଛି ସ୍ବେଛାସେବୀଙ୍କ ଦୃଷ୍ଟିରେ ଆସିବାରୁ ପ୍ରତିମୂର୍ତ୍ତି ଚତୁପାର୍ଶ୍ଵ ସଫା ସୁତରା କରାଯାଉଛି, ହେଲେ ଏହାର ସ୍ଥାୟୀ ସମାଧାନ ସ୍ୱରୂପ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଓ ଉକ୍ତ ସଂଲଗ୍ନ ଅଞ୍ଚଳକୁ ପୁନରୁଦ୍ଧlର ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାୟୀ ଉନ୍ନୟନ ପଦକ୍ଷେପ ନେବାପାଇଁ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରି ଡେପୁଟି କମିଶନର ନୀଳମାଧଵ ଭୋଇ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସମିତି ସଭାପତି ବଂଶୀଧର ଭୂୟାଁ ଙ୍କ ନେତୃତ୍ୱରେ ସମାଜସେବୀ ହୃଷିକେଶ ପାତ୍ର,ସତ୍ୟ ନାରାୟଣ ରାଓ ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଏସ. ସlମ୍ବଷିବା ରାଓ,ଗଗନ ଚନ୍ଦ୍ର ମଲ୍ଲିକ, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here