ଗଞ୍ଜାମ ଟିଏମଏସ ପକ୍ଷରୁ ଯୋଗ ଦିବସ ପାଳିତ

0
266

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଟିଏମଏସ ଶାଖା ପକ୍ଷରୁ କୋଭିଡ କଟକଣା ମଧ୍ୟରେ ଜାତୀୟ ଯୋଗ ଦିବସ ଗାନ୍ଧୀ ନଗରରେ ପାଳିତ ହୋଇଯାଇଛି.ଏହି ଅବସରରେ ଅନୁଷ୍ଠାନ ମହିଳା ସମ୍ପାଦିକା ପ୍ରସାଦ କୋମଲି ପ୍ରଶିକ୍ଷକ ଭାବେ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ.ଆୟୋଜିତ କାର୍ଯ୍ୟକ୍ରମରେ ମଣିଷକୁ ସୁସ୍ଥ ରହିବା ନିମନ୍ତେ ଯୋଗ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏଣୁ ସମସ୍ତେ ଯୋଗ ପ୍ରତି ଗୁରୁତ୍ୱ ଦେବାକୁ ମତ ପ୍ରକାଶିତ ହୋଇଥିଲା.ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଉଦ୍ୟମ କରାଯିବ ବୋଲି କର୍ମକର୍ତା ମାନେ କହିଛନ୍ତି.ଏଥିରେ ଜିଲ୍ଲା ସମ୍ପାଦକ ବଂଶୀଧର ଦାସ ଏବଂ ରାଜ୍ୟ ଉପସଭାପତି ସତ୍ୟନାରାୟଣ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ସାହୁ, କିସାନ କୁମାର ବେହେରା, ପିତାମ୍ବର ସାହୁ, ପ୍ରଭଞ୍ଜନ ସାହୁ, ପି. ପୂଜାରାଣୀ ରାଓ, ପି.ଭିନିଲା ଦୋରା ପ୍ରମୁଖ ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here