ଆନ୍ଦୋଳନ କୁ ଓହ୍ଲାଇବ ପଟାରିକ୍ସା ସଙ୍ଘ

0
616

ବ୍ରହ୍ମପୁର(ନ୍ୟୁଜଏକ୍ସ ଟ୍ରା ବ୍ୟୁରୋ): ବଡ଼ବଜ଼ାର ବ୍ରହ୍ମପୁର ନିକଟସ୍ଥ ଶଙ୍କରପୁର ସାହି ନିକଟସ୍ଥ ଶିବ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଆଜି ବ୍ରହ୍ମପୁର ପଟାରିକ୍ସା ଚାଳକ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ପରେ ଆଗାମୀ ଦିନରେ ସଂଘ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମ୍ମୁଖରେ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଥିଲା । ପଟାରିକ୍ସା ଚାଳକକୁ ବୀମାଭୁକ୍ତ କରିବା, ବିନା ସୁଧରେ ପଟାରିକ୍ସା ଯୋଗାଇଦେବା, ରିକ୍ସା ଚାଳକଙ୍କ ପୁଅଝିଅଙ୍କୁ ମାଗଣାରେ ସ୍କୁଲରେ ପାଠପଢ଼ାଇବା, ନିର୍ମାଣ ଶ୍ରମିକର ମାନ୍ୟତା ପ୍ରଦାନ ଦାବି ନେଇ ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଏହି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଆସନ୍ତା ବର୍ଷ ପାଇଁ ସଂଘର ସଭାପତି ଭାବେ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ସଭାପତି ପୀତବାସ ପଣ୍ଡାଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିବାବେଳେ ଉପସଭାପତି ଭାବେ ଆର.ଏଛମନ ରାଓ, ସମ୍ପାଦକ ରାଜେନ୍ଦ୍ର ବେହେରା, କୋଷାଧ୍ୟକ୍ଷ ରମେଶ ବାଡ଼ତ୍ୟା, ଆଇନ ଉପଦେଷ୍ଟା ବସନ୍ତ କୁମାର ପାତ୍ର, ଉପଦେଷ୍ଟା ସୁରେଶ କୁମାର ବେହେରା, ବଡ଼ ମିସ୍ତ୍ରୀ ବସନ୍ତ ପାତ୍ର ଓ ସାନମିସ୍ତ୍ରୀ ଭିକରୀ ସେଠୀ ସହ କାର୍ଯ୍ୟକାରୀ କମିଟିରେ ଆର.ପରିଡ଼ା, ଭୈରବୀ ପାତ୍ର, ବୁଡ଼ୁ ଲେଙ୍କା, ଗଣେଶ ରାଓ, ଶ୍ରୀକାନ୍ତ ଗୌଡ଼, ଦାସରଥି ସାହୁ, ପିଂଟୁ ସାହୁ, ସୂର୍ଯ୍ୟ ବେହେରା ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଆଜିର ବୈଠକରେ ପ୍ରାୟ ଶତାଧିକ ପଟାରିକ୍ସା ଚାଳକ ଯୋଗ ଦେଇଥିଲେ । ସୁରେଶ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here