ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ବିୟୋଗରେ ବ୍ରହ୍ମପୁର ବିଜେପିର ଶୋକସଭା

0
616

ବ୍ରହ୍ମପୁର( ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ପୂର୍ବତନ ଆଇନ ପ୍ରତିରକ୍ଷା, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ଘଟିବା ପରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଛି । ଅରୁଣ ଜେଟଲୀ ସୁପ୍ରିମକୋର୍ଟର ଜଣେ ଦକ୍ଷ ଆଇନଜୀବୀ ହେବା ସାଙ୍ଗକୁ ଭାରତ ରାଜନୀତିରେ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ । ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିବା ଅରୁଣ ଜେଟଲୀଙ୍କ ୬୬ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘଦିନ ହେଲା ସେ ଅସୁସ୍ଥ ରହିବା ପରେ ଏମସରେ ଚିକିତ୍ସାଧିନ ରହିଥିବା ଅବସ୍ଥାରେ ଇହଲୀଳା ତ୍ୟାଗ କରିଛନ୍ତି । ଆଜି ଗାନ୍ଧିନଗରସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଶୋକସଭାରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ତାଙ୍କ ମହାନ ଜୀବନୀର ସ୍ମୃତିଚାରଣ କରିଥିଲେ । ସେ ଛାତ୍ର ଜୀବନରୁ ହିଁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୭୭ ମସିହାରେ ଜନସଂଘରେ ସାମିଲ ହେବା ସହିତ ଏବିଭିପିର ଅଧ୍ୟକ୍ଷ ଓ ୧୯୮୦ ମସିହାରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ହୋଇଥିଲେ । ବିଭିନ୍ନ ସମୟରେ ବିଭିନ୍ନ ଦାୟିତ୍ୱ ନେବା ସହ ବାଜପେୟୀଙ୍କ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୦୦ ମସିହାରେ ଆଇନ ମନ୍ତ୍ରୀ ଓ ମୋଦିଙ୍କ ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ସେ ଅର୍ଥମନ୍ତ୍ରୀ ରହିବା ସମୟରେ ଭାରତର ଅର୍ଥନୀତିକୁ ସୁଧାରିବା ପାଇଁ ଯେଉଁ କେତୋଟି ପଦକ୍ଷେପ ନେଇଥିଲେ । ସେଥିମଧ୍ୟରୁ ବିମୁଦ୍ରିକରଣ ଓ ଜିଏସ ଟି ଏକ ପ୍ରମୁଖ ପଦକ୍ଷେପ । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ବିଭୁତି ଭୂଷଣ ଜେନା ଅରୁଣ ଜେଟଲିଙ୍କ ବ୍ୟକ୍ତିତ୍ୱ ଓ ସଫଳ ଜୀବନୀ ଉପରେ କାର୍ଯ୍ୟକର୍ତ୍ତାମାନଙ୍କୁ ଅବଗତ କରାଇବା ସହିତ ତାଙ୍କ ଭାବାବେଗ ସହିତ ଜଡ଼ିତ ଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଆଜିର ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଗୋପିନାଥ ପଣ୍ଡା, ପ୍ରବୀର ପାତ୍ର, ସୁନିଲ କୁମାର ସାହୁ, ପ୍ରଭାତ ଷଡ଼ଙ୍ଗୀ, ସଞ୍ଜୟ ନାୟକ, ଡି.କରୁଣାକର, ସୁନିଲ ପାତ୍ର, ବିଜୟ ପଣ୍ଡା, ତ୍ରିନାଥ ମହାପାତ୍ର, ଗୌରୀ ମହାନ୍ତି, ଭଗବାନ ସାହୁ, ନମିତା ପଣ୍ଡା, ପ୍ରଦୀପ ସାହୁ, ନୀଳାଂଚଳ ପଣ୍ଡା, କିରଣ କୁମାର ସାହୁ, କମଲ ପାତ୍ର, ସୁବାସିନୀ ପଟ୍ଟନାୟକ, ସୁଜାତା ବିଷୋୟୀ, ସୁମନ ଶତପଥୀ, ଶକ୍ତି ସ୍ୱରୂପ ଜେନା, ମନୋଜ ମହାରଣା, ଅମୂଲ୍ୟ ଚୌଧୁରୀ, ସନ୍ତୋଷ ପାଣିଗ୍ରାହୀ, ଶିବପ୍ରସାଦ ପାତ୍ର, ଶିବ ମହାରଣା ପ୍ରମୁଖଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here