ଯୁବ ରେଡ଼କ୍ରସ ତରଫରୁ ବିଶ୍ୱ ଯୋଗ ଦିବସ ପାଳନ

0
248

ଭଞ୍ଜନଗର :କ୍ଷତ୍ରୀୟଵରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି |ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ପାଇଁ ଯୋଗାର ଆବଶ୍ୟକତା ଉପରେ କହିଥିଲେ |ପ୍ରାଧ୍ୟାପକ କପିଳ ସାହୁ ଯୋଗ ଦେଇ ଯୋଗର ଅନୁଚିନ୍ତା ଉପରେ ଆଲୋକପାତ କରିଥିଲେ |ଯୁବ ରେଡ଼କ୍ରସ ଉପଦେଷ୍ଟା ବି ଗୋବିନ୍ଦ ରାଓ ଯୋଗ ଶିକ୍ଷା ଦେଇଥିଲେ |ଯୁବ ରେଡ଼କ୍ରସ ସ୍ବେଛାସେବୀ କାହ୍ନୁ ସ୍ବାଇଁ, ଜୟରାମ ପ୍ରଧାନ, ସାଗର ସ୍ୱାଇଁ, ପୂଜାରାଣୀ ପ୍ରଧାନ, ତାପସ୍ୱିନୀ ଜେନା, ପଦ୍ମ ଚରଣ ନାୟକ ପ୍ରମୁଖ ସହଯୋଗ କରିଥିଲେ |ଏହି ଅବସରରେ କୋରନ| ଟିକାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ସମସ୍ତ ସ୍ବେଛାସେବୀଙ୍କ ବାପା ମା ଟିକା ନେଇଥିବା ପ୍ରକାଶ କରିଥିଲେ। 18 ବର୍ଷରୁ ଉର୍ଦ୍ଧ ପିଲାଙ୍କୁ ଯଥା ଶୀଘ୍ର ଟିକା ନେବାକୁ ପରାମର୍ଶ ଦିଆଯାଇଥିଲା |

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here