ଅଳିଆ ଗଦାରୁ ଶିଶୁ କନ୍ୟା ଉଦ୍ଧାର

0
292

ଉମରକୋଟ(ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଉମରକୋଟ ଡ଼ି ଏନ କେ ଗୁଳିପାଟଣା ମଝି ଜମି ପାଖରେ ଦେଖିବାକୁ ମିଳିଛି ଗୋଟିଏ ଅଭାବନିୟ ତଥା ଅମାନବିକତା ଦୃଶ୍ୟ ।ଅଳିଆ ଗଦାରେ କେହି ଜଣେ ନବଜାତ ଶିଶୁ କନ୍ୟାକୁ ଫୋପାଡ଼ି ଦେଇ ଚାଲି ଯାଇଥିଲେ।ନବଜାତ ଶିଶୁର କ୍ରନ୍ଦନ ଶୁଣି ଆଖ ପାଖର କିଛି ହୃଦୟବାନ ଵ୍ୟକ୍ତି ଏବଂ ମହିଳା ମାନେ ଶିଶୁ କନ୍ୟାକୁ ଉଦ୍ଧାର କରି ଆଜି ସଖାଲେ ଉମରକୋଟ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରକୁ ନେଇଥିଲେ।ବର୍ତ୍ତମାନ ଶିଶୁ କନ୍ୟାର ସ୍ୱାସ୍ତ୍ୟ ଭଲ ଥିବାରୁ ଏବଂ ଆଇ ସି ୟୁରେ ରଖାଯାଇଥିବା ସୂଚନା ମିଳୁଛି। ଘଟଣାର ତଦନ୍ତ ପରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନେ ସ୍ଥାନେ ଆଲୋଚନା ହେଉଛି।କିଏ ଓ କଣ ପାଇଁ ଏଭଳି ଅମାନବିକତା କାର୍ଯ୍ୟ କରିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ସୂଚନା ମିଳିନାହିଁ

ରିପୋର୍ଟ :କ୍ରିଷ୍ଣା ସାହୁଙ୍କ

LEAVE A REPLY

Please enter your comment!
Please enter your name here