ସମାଜସେବୀ ଏଵଂ ପ୍ରାଣୀ ଚିକିତ୍ସକଙ୍କ ମିଳିତ ଉଦ୍ୟମରେ ଚିକିତ୍ସା ଜାରି

0
237

ବ୍ରହ୍ମପୁର :କମାପଲ୍ଲୀ ଶିବ ମନ୍ଦିର ରାସ୍ତାରେ ଆହାତ ଅବସ୍ଥାରେ ବୁଲୁଥିବା ଏକ ଷଣ୍ଢର ଚିକିତ୍ସା ବ୍ୟବସ୍ଥା କରିଛନ୍ତି କିଛି ସମାଜସେବୀ । ଷଣ୍ଢଟିର ଲାଞ୍ଜ ଏବଂ ଜଙ୍ଗରେ କ୍ଷତ ଚିହ୍ନ ରହିଥିବା ବେଳେ ସେ ଚାଲି ପାରୁନଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ଖବରଟି ଭାଇରାଲ ହେବା ପରେ ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ଆମ୍ବୁଲାନ୍ସ ଯୋଗେ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ଘଟଣା ସ୍ଥଳେ ପହଞ୍ଚିଥିଲେ । କିନ୍ତୁ ଷଣ୍ଢଟିକୁ ନିୟନ୍ତ୍ରଣ କରାଯାଇ ପାରି ନଥିଲା । ଫଳରେ ଉକ୍ତ ଅଞ୍ଚଳର ପୁର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କୁ ଖବର କରାଯାଇଥିଲା । ସୁରେନ୍ଦ୍ର ମହାରଣା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଷଣ୍ଢଟିକୁ କାବୁ କରାଯାଇଥିଲା । ଷଣ୍ଢଟିକୁ ଦଉଡି଼ରେ ବାନ୍ଧି ନିୟନ୍ତ୍ରଣ କରିବା ପରେ ଅସ୍ତ୍ରୋପଚାର କରାଯାଇ ତାର ଚିକିତ୍ସା କରାଯାଇଥିଲା । ସମାଜସେବୀଙ୍କ ଏଭଳି କାର୍ଯ୍ୟକୁ ବେଶ୍ ପ୍ରଶଂସା କରାଯାଇଛି । ପଶୁପ୍ରେମୀ ରାଜେଶ କୁମାର ସାହୁ (ରାଜା)ଙ୍କ ସମେତ ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା, ସାମ୍ବାଦିକ ଲାଲ ମହୋନ ପଟ୍ଟନାୟକ, ସମାଜସେବୀ ସୁନୀଲ ମହାରଣା, ସୁରେଶ୍ ସାହୁ, ଅଗାଧୁ ପାତ୍ର, ଦୀପକ୍ ପଟ୍ଟନାୟକ, କେ ସତିଶ କୁମାର ଆଚାରୀ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଆଜି ଭୋରୁ ଗୋଷାଣୀନୂଆଗାଁ ସନ୍ୟାସୀ ନଗର ରେ ଏକ ବୁଲା କୁକୁରକୁ ଚିକିତ୍ସା କରାଯାଇଥିବା ବେଳେ ଏମ୍.କେ.ସି.ଜି ପୋଷ୍ଟମର୍ଟମ ନିକଟରେ ଅସୁସ୍ଥ ହୋଇ ପଡିରହିଥିବା ବାଛୁରୀଟିର ଚିକିତ୍ସା କରାଯାଇଥିଲା । ଏଥିରେ ପଶୁପ୍ରେମୀ ରାଜେଶ୍ କୁମାର ସାହୁଙ୍କ ସମେତ ଅଞ୍ଚଳବାସୀ ସହଯୋଗ କରିଥିଲେ ।

ରିପୋର୍ଟ :ଦୀପକ ପଣ୍ଡା

LEAVE A REPLY

Please enter your comment!
Please enter your name here