ଦୁଇ କାର୍ ମଧ୍ୟରେ ମୁହାଁ ମୁହିଁ ଧକ୍କା:ଅଳ୍ପକେ ବର୍ତିଲେ ଯାତ୍ରୀ

0
234

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ଦିଗପହଣ୍ଡି ଥାନା ଅନ୍ତର୍ଗତ ଦିଗପହଣ୍ଡି ଜାତୀୟ ରାଜପଥରେ ଆଜି ସଡକ ଦୁର୍ଘଟଣା ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ ଯାତ୍ରୀ।ତେବେ ସୂଚନା ଅନୁଯାୟୀ ଜାଣିବାକୁ ମିଳିଛି ଯେ, ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଥିବା ଭାରତ ପେଟ୍ରୋଲ ପମ୍ପ ନିକଟରେ ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା(ଓଡି-୦୭ଏଏଫ-୬୩୩୨)ନମ୍ବର ବିଶିଷ୍ଟ ଏକ କାର ଜଣେ ରୋଗୀଙ୍କୁ ଧରି ଅଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା।ଠିକ୍ ସେହି ସମୟରେ ବିପରିତ୍ତ ଦିଗରୁ ଆସୁଥିବା (ଓଆର-୦୨ବିଭି-୩୪୩୬)ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳଲେ ଦୁଇଟି କାର ଛିନ୍ ଛତ୍ର ହୋଇ ରାସ୍ତା କଡରେ ଥିବା କ୍ଷେତ ମଧ୍ୟରେ ଓଲଟି ପଡିଥିଲା ଏବଂ ଧଳା ରଙ୍ଗର କାର୍ ଟି ପେଟ୍ରୋଲ ପମ୍ପ ନିକଟରେ ଥିବା କଲଭର୍ଟ କୁ ଧକ୍କା ଦେଇ ଓଲଟି ପଡିଥିଲା।ଉଭୟ କାରରେ ବସିଥିବା ଯାତ୍ରୀ ଅଳ୍ପକେ ନିଜର ଜୀବନ ରକ୍ଷା ପାଇଯାଇଥିବା ବେଳେ ସାମାନ୍ୟ ଆହତ ହୋଇପଡିଥିଲେ।ଏହି ଘଟଣା ସମ୍ପର୍କରେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଜାଣିବା କ୍ଷଣି ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠେଇଥିବା ବେଳେ ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here