ଜଗଦଳପୁର ପଞ୍ଚାୟତରେ କୋଭିଡ୍ ଟୀକାକରଣ ନିମନ୍ତେ ସଚେତନତା ରାଲି

0
236

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା):ଗଞ୍ଜାମ ଜିଲ୍ଲାର ଅନେକ ଲୋକ କରୋନା ମହମାରିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୀକାକରଣ ନିମନ୍ତେ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ମାନଙ୍କରେ ସଚେତନତା ସୃଷ୍ଟି କରାଇବା ସହ ଲୋକଙ୍କୁ ଟୀକା ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ଏହି ପରିପ୍ରେକ୍ଷୀରେ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତର ସ୍ଥାନୀୟ ଜନସାଧାରଣଙ୍କୁ ଟୀକାକରଣ ନିମନ୍ତେ ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରାମର ପ୍ରତ୍ୟେକ ସାହିକୁ ସାହି ବୁଲି ସଚେତନ କରାଯାଇଥିଲା। ଏବଂ ଗୀତ ମାଧ୍ୟମରେ ମାଇକ ବଜାଇ କରୋନା ସମ୍ଭନ୍ଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।ଏହି ଅବସରରେ ସ୍ଥାନୀୟ ସରପଞ୍ଚ ହାଡୁବନ୍ଧୁ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସଂମାନ୍ନିତ ଅତିଥି ରୂପେ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ରାମଚନ୍ଦ୍ର ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡାକ୍ତର ସୁନିତା ପ୍ରଧାନ, ଫାର୍ମାସିଷ୍ଟ ହେମନ୍ତ କୁମାର ପାତ୍ର,ସୁପ୍ରଭାଇଜର ଭଗବାନ ସାହୁ,ଏଏନ୍ଏମ୍ ଦୀପ୍ତିରାଣୀ ପାତ୍ର,ଏଏନ୍ଏମ୍ ଗୀତା ରାଣୀ ସାହୁ, ଅଙ୍ଗନୱାଡି କର୍ମୀ ରେଣୁକା ସାହୁ, ରୋଜି ସେଠି, କାଳିଜାଇ ସେଠି, ଶୁଭଶ୍ରୀ ସାହୁ, ବି.ଲିଜା ପାତ୍ର, ଆଶାକର୍ମୀ ମିନତୀ ସେଠି, ରଶ୍ମିତା ସେଠି, ମଞ୍ଜୁ ସେଠି,ସବିତା ପାତ୍ର, ଭାରତୀ ଦାସ, ଟି.ଲକ୍ଷ୍ମୀ ପାତ୍ର,ଶାନ୍ତି ସାହୁ ,ସହାୟିକା ସୁମିତ୍ରା ସେଠି, ପ୍ରମିଳା ସାହୁ, ବି. ଆମୁଲୁ ଆଚାରି, ଏସ୍ଏସଜି ସନ୍ତୋସି ଘଡେଇ,ଶିକ୍ଷକ ସୁବାଷ ପାତ୍ରଙ୍କ ସମେତ ଗାଁ କଲ୍ୟାଣ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଗ୍ରାମ ପରିକ୍ରମା କରି ଲୋକଙ୍କୁ ଟୀକା ଦେବା ପାଇଁ ସଚେତନତା କରାଇଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here