ଦି ଗ୍ରେଟ୍ ଡୋନର୍ସ୍ ଗୃପ୍ ର ତୃତୀୟ ବାର୍ଷିକ ରକ୍ତଦାନ ଶିବିର; ଚାରି ମହିଳାଙ୍କ ସମେତ ୫୧ ଜଣଙ୍କ ରକ୍ତଦାନ

0
225

ବେଲଗୁଣ୍ଠା: ‘ ରକ୍ତ ଅଭାବରୁ କାହାର ପ୍ରାଣ ହାନି ନ ଘଟୁ’ ଏହି ଭଳି ବାର୍ତ୍ତା ନେଇ ‘ 2019 ରେ ଗଠିତ ‘ଦି ଗ୍ରେଟ୍ ଡୋନୋର୍ସ୍ ଗୃପ୍ ‘ ଦୁଇ ବର୍ଷ ଧରି ଗ୍ରୀଷ୍ମ ଋତୁରେ ରକ୍ତ ସଙ୍କଟ ସମୟରେ ରକ୍ତଦାନ ଶିବିରର ଆୟୋଜନ କରି ଆସୁଥିବା ବେଳେ ଚଳିତ ବର୍ଷ ମଧ୍ଯ କୋଭିଡ ମହାମାରୀ ମଧ୍ୟରେ ନିଜେ ବଞ୍ଚିବା ଏବଂ ଅନ୍ୟକୁ ବଞ୍ଚାଇବାର ଲକ୍ଷ୍ଯ ନେଇ, ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୃପ୍ ର ତୃତୀୟ ବାର୍ଷିକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଶିବିର ଆରମ୍ଭ ପୂର୍ବରୁ ମହାମାରୀ କରୋନାରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପାଇଁ ଦୁଇ ମିନିଟ୍ ର ନୀରବ ପ୍ରାର୍ଥନା କରାଯାଇ, ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ଦ୍ଵାରା ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରାଯାଇଥିଲା I ପ୍ରତିବର୍ଷ ଗୃପ୍ ତରଫରୁ ଶତାଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଉଥିବା ବେଳେ, ଚଳିତ ବର୍ଷ କିନ୍ତୁ କରୋନା ମହାମାରୀ ଦୃଷ୍ଟିରୁ ଗୃପ୍ ତରଫରୁ ମାତ୍ର 30 ୟୁନିଟ୍ ରକ୍ତ ସଂଗ୍ରହର ଲକ୍ଷ୍ଯ ଧାର୍ଯ୍ୟ କରାଯାଇଥିଲା I କିନ୍ତୁ ରକ୍ତଦାତାଙ୍କ ଆଗ୍ରହକୁ ସମ୍ମାନ ଜଣାଇ ସମ୍ପୂର୍ଣ୍ଣ କୋଭିଡ କଟକଣା ଭିତରେ ଚାରି ଜଣ ମହିଳାଙ୍କ ସମେତ 51 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା I ରକ୍ତଦାନ କରିଥିବା ଚାରି ମହିଳାଙ୍କ ମଧ୍ୟରେ 45 ବର୍ଷୀୟା ମମତା ମହାରଣା ରକ୍ତଦାନ କରି ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ସାଗରିକା ଖୁଣ୍ଟିଆ, ରଚିତାରାଣୀ ସ୍ୱାଇଁ ଏବଂ ନିକିତା ପରିଡ଼ା ମଧ୍ଯ ରକ୍ତ ଦାନ କରିଥିଲେ I ରେସ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର୍ ସିୟଙ୍କ ନେତୃତ୍ୱରେ ଟ୍ରଷ୍ଟ୍ ସଦସ୍ୟ କାହ୍ନୁ ଏବଂ ଆଦିତ୍ୟ ଶିବିର ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ସହ ଶିବିରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ତାପମାତ୍ରା, ଅମ୍ଳଜାନ ସ୍ତର ଯାଞ୍ଚ୍ କରି ମାସ୍କ ପିନ୍ଧିବା ପାଇଁ ସଚେତନ କରିଥିଲେ I ଆଜିର ସମସ୍ତ କାର୍ଯ୍ୟକ୍ରମରେ ଗୃପ୍ ସଦସ୍ୟ ରାଜା, ସମୀର୍,ଶଶାଙ୍କ, ଗଣେଶ, ଶିବରାମ, ଜଗନ୍ନାଥ,ତୋଫାନ,ସନ୍ନ୍ୟାସୀ,ରବିନ୍ଦ୍ର, ଗୋପାଳ, ଲକ୍ଷ୍ମଣ,କାଳିଆ, ରଞ୍ଜନ,ନବୀନ ପ୍ରମୁଖ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ,ପ୍ରାକ୍ତନ ବେଲଗୁଣ୍ଠା ସମିତି ଅଧ୍ୟକ୍ଷ ନୀଳମଣି ବିଷୋୟୀ,ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ପୂର୍ବତନ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅବିନାଶ ଶତପଥି, ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନନ୍ଦ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,ଶିକ୍ଷକ ଶିବରାମ ମହାନ୍ତି,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଶତପଥୀ,ରାଜେନ୍ଦ୍ର ଷଡଙ୍ଗୀ, ଗାଙ୍ଗପୁର ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ପାଣ୍ଡବ ସ୍ୱାଇଁ, ସାମ୍ବାଦିକ ଜଗନାଥ ନାୟକ,ରାଧାକୃଷ୍ଣ ନାୟକ,ପ୍ରଫୁଲ୍ଲ ସ୍ୱାଇଁ, ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡା ସୀତାଂଶୁ ଶେଖର ଶତପଥୀଙ୍କ ତତ୍ତ୍ୱାବଧାନରେ ଏକ ଦଶ ଜଣିଆ ମେଡିକାଲ୍ ଟିମ୍ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ I
ପ୍ରକାଶ ଥାଉକି ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପୂରାତନ ଛାତ୍ର ସଂଗଠନ ଦ୍ୱାରା ଗଠିତ ଦି ଗ୍ରେଟ ଫ୍ରେଣ୍ଡସ ଗ୍ରୁପ ବିଭିନ୍ନ ସମୟରେ ନିକଟସ୍ଥ ଗ୍ରାମମାନଙ୍କର ଛାତ୍ରଛାତ୍ରୀ,ଯୁବଗୋଷ୍ଠୀ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ନେଇପରିବେଶ ସୁରକ୍ଷା କ୍ଷେତ୍ରରେ ବୃକ୍ଷରୋପଣ,ଅସହାୟଙ୍କୁ ସାଥ୍ ଦେବା ପାଇଁ ଷ୍ଟ୍ରିଟ୍ ଷ୍ଟୋରି ଭଳି ବିଭିନ୍ନ ଜନ ମଙ୍ଗଳକାରୀ କାର୍ଯ୍ୟକ୍ରମ ମାନ ହାତକୁ ନେଇ ଅଞ୍ଚଳବାସୀଙ୍କ ଦ୍ୱାରା ବିଶ୍ୱାସଭାଜନ ହୋଇଥିବା ବେଳେ, ଏହାର ଏକ ଶାଖା ଦି ଗ୍ରେଟ ଡୋନର୍ସ ଗ୍ରୁପ ଆଜିର ଏହି ରକ୍ତଦାନ ଶିବିର ଅନୁଷ୍ଠାନ କରି, ଅଞ୍ଚଳବାସୀଙ୍କ ଦ୍ୱାରା ଖୁବ ପ୍ରଶଂସିତ ହୋଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here